www.samajalive.in
Saturday, December 6, 2025
19.1 C
Bhubaneswar

ଘନଉଛି ମ୍ୟାଁମାର ବିଭାଜନ ଆଶଙ୍କା, ବଡ଼ ଅଞ୍ଚଳକୁ କବ୍‌ଜା କଲେ ବିଦ୍ରୋହୀ ସଂଗଠନ

ନୂଆଦିଲ୍ଲୀ: ବିଶ୍ଵର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସମୟରେ ଯୁଦ୍ଧ ତଥା ଅଶାନ୍ତି ଲାଗି ରହିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ହେଉ କିମ୍ବା ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ହେଉ, ବିଶ୍ୱବ୍ୟାପୀ ଉତ୍ତେଜନା ଲଗାତର ବୃଦ୍ଧି ପାଉଛି। ଏବେ ଭାରତର ପଡ଼ୋଶୀ ଦେଶ ମ୍ୟାଁମାରରେ ଚାଲିଥିବା ସଂଘର୍ଷ ମଧ୍ୟ ଲଗାତର ଭାବେ ବ୍ୟାପିବାରେ ଲାଗିଛି ଏବଂ ପରିସ୍ଥିତି ଏପରି ହୋଇଛି ଯେ ମ୍ୟାଁମାର ବିଭାଜନ ହେବାର ଆଶଙ୍କା ରହିଛି। ବିଦ୍ରୋହୀ ବାହିନୀ ମ୍ୟାଁମାର ଉତ୍ତରାଞ୍ଚଳର ଅଧିକାଂଶ ଅଂଶକୁ କବ୍‌ଜା କରି ନେଇଛନ୍ତି।

ମ୍ୟାଁମାର ସାମରିକ ବାହିନୀ ୨୦୨୧ ମସିହାରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିଥିଲା। ଅନେକ ବିଦ୍ରୋହୀ ସଂଗଠନ ଏହା ବିରୋଧରେ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ। ମ୍ୟାଁମାରରେ ତିନି ବର୍ଷରୁ ଅଧିକ ସମୟ ଧରି ଏହି ସଂଘର୍ଷ ଚାଲିଛି। ସମୟ ବିତିବା ସହ ବିଦ୍ରୋହୀ ସଂଗଠନ ସେନା ଉପରେ ଭାରୀ ପଡ଼ୁଥିବା ଦେଖାଯାଉଛି। ଜୁନ୍ ମାସରୁ ମିଆଁମାରର ଶାନ୍ ରାଜ୍ୟର ମେଣ୍ଡଲେ ଅଞ୍ଚଳରେ ହିଂସା ଚାଲିଛି। ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ, ମ୍ୟାଁମାରରେ ହିଂସା କାରଣରୁ ୩୦ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।

- Advertisement -

ମ୍ୟାଁମାରରେ ମାନବିକ ସହାୟତା ପାଇଁ କାର୍ଯ୍ୟ କରୁଥିବା ସଂଗଠନ ତାଇ ଷ୍ଟୁଡେଣ୍ଟ ୟୁନିଅନ୍ କହିଛି ଯେ, ଶାନ୍ ରାଜ୍ୟରେ ହିଂସା ଯୋଗୁଁ ୧ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ଜୁନ୍‌ରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରାୟ ୧୪୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ମ୍ୟାଁମାରର ବିଦ୍ରୋହୀ ସଂଗଠନ ଅପରେସନ୍ ୧୦୨୭ ଅଧୀନରେ ମ୍ୟାଁମାର ସେନା ଉପରେ ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟ ଯୁଦ୍ଧରେ ବିଦ୍ରୋହୀ ସଂଗଠନମାନେ ଶାନ୍‌ ରାଜ୍ୟର ପୂର୍ବ ସୀମାକୁ କୌଶଳକ୍ରମେ କବ୍‌ଜା କରି ନେଇଥିଲେ। ଏହି ଅଞ୍ଚଳ ଚୀନ୍ ସୀମାକୁ ଲାଗିଛି। ଏବେ ବିଦ୍ରୋହୀ ସଂଗଠନ ଦେଶର ଉତ୍ତରାଞ୍ଚଳକୁ କାବୁ କରିବା ପାଇଁ ଯୁଦ୍ଧ କରୁଛନ୍ତି, ଯାହାକି ମେଣ୍ଡଲେଠାରୁ ଲାଶିଓ ପର୍ଯ୍ୟନ୍ତ ପ୍ରାୟ ୨୮୦ କିଲୋମିଟର ପରିବ୍ୟାପ୍ତ। ଯଦି ବିଦ୍ରୋହୀ ସଂଗଠନ ସଫଳ ହୁଅନ୍ତି, ତେବେ ମ୍ୟାଁମାର ଦୁଇ ଭାଗ ହେବାର ଆଶଙ୍କା ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories