www.samajalive.in
Thursday, December 11, 2025
13.1 C
Bhubaneswar

ରୋହିଙ୍ଗ୍ୟା ହତ୍ୟାର ତଥ୍ୟ ସଂଗ୍ରହ କରୁଥିବା ୨ ସାମ୍ବାଦିକଙ୍କୁ ୭ ବର୍ଷ ଜେଲ

ନୂଆଦିଲ୍ଲୀ : କ୍ଷମତା ନିକଟରେ ଗଣତନ୍ତ୍ର ପୁନଃ ବନ୍ଧା ପଡ଼ିଛି। ରୋହିଙ୍ଗ୍ୟା ମୁସଲମାନଙ୍କୁ ଗଣହତ୍ୟା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରୁଥିବା ପ୍ରମୁଖ ଗଣମାଧ୍ୟମ ‘ରଏଟର’ର ୨ ଜଣ ସାମ୍ବାଦିକଙ୍କୁ ମ୍ୟାଁମାର୍‍ର ଏକ କୋର୍ଟ ୭ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦେଇଛନ୍ତି। ୱା ଲୋନ୍‍ (୩୨) ଏବଂ କ୍ୟାୱ ସୋଇ ଉ(୨୮) ନାମକ ଏହି ଦୁଇ ସାମ୍ବାଦିକଙ୍କ ବିରୋଧରେ ଦେଶର ସରକାରୀ ଗୋପନୀୟତା ଆଇନ ଭଙ୍ଗ ଅଭିଯୋଗ ପ୍ରମାଣିତ ହେବା ପରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ୨୦୧୭ରେ ମ୍ୟାଁମାର ସରକାରଙ୍କ ପକ୍ଷରୁ ରାଖିଣେ ଅଞ୍ଚଳରେ ରୋହିଜ୍ଞା ମୁସଲମାନଙ୍କ ବିରୋଧରେ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ହଜାର ହଜାର ରୋହିଙ୍ଗ୍ୟା ପ୍ରାଣ ହରାଇଥିଲେ। ପ୍ରାୟ ୭ ଲକ୍ଷ ରୋହିଙ୍ଗ୍ୟା ଜୀବନ ଭୟରେ ନିଜ ଦେଶ ଛାଡି ବାଂଲାଦେଶରେ ଶରଣ ନେଇଥିଲେ। ଏହି ଗଣହତ୍ୟା ଘଟଣା ସମ୍ବନ୍ଧରେ ଗୋପନୀୟ ଭାବେ ତଥ୍ୟ ସଂଗ୍ରହ କରିବା ଅଭିଯୋଗରେ ଲୋନ୍‍ ଏବଂ କ୍ୟାୱଙ୍କୁ ଡିସେମ୍ବର ୧୨ରେ ଅଟକ ରଖାଯାଇଥିଲା। ସେମାନଙ୍କ ବିରୋଧରେ ଔପନିବେଶିକ ଯୁଗର ଆଇନ ଅଧୀନରେ ଅଭିଯୋଗ ଆଣି ମାମଲା ରୁଜୁ ହୋଇଥିଲା। କିନ୍ତୁ ସମସ୍ତ ଅଭିଯୋଗକୁ ସାମ୍ବାଦିକ ଦ୍ୱୟ ଅସ୍ୱୀକାର କରିଥିଲେ। ‘ରଏଟର’ ପକ୍ଷରୁ କୁହାଯାଇଛି, ଗିରଫ ସମୟରେ ସେମାନେ ୧୦ ଜଣ ରୋହିଙ୍ଗ୍ୟା ପୁରୁଷ ତଥା ବାଳକଙ୍କ ହତ୍ୟା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରୁଥିଲେ। ରାଷ୍ଟ୍ରୀୟ ଗୋପନୀୟତା ଆଇନ ଉଲ୍ଲଙ୍ଘନ ନେଇ ଅଭିଯୁକ୍ତ ସାମ୍ବଦିକଙ୍କ ବିରୋଧରେ ଦାଖଲ କରାଯାଇଥିବା ଦସ୍ତାବିଜ୍‍ ସମ୍ବଳିତ ପ୍ରମାଣକୁ ପୁଲିସ ଜାଣିଶୁଣି ପ୍ରସ୍ତୁତ କରିଛି। ଗିରଫ ସମୟରେ ତାଙ୍କ ହାତରେ ଯେଉଁ କାଗଜପତ୍ର ମିଳିଥିଲା ତାହାକୁ ପୁଲିସ ଲେନ୍ସ କର୍ପୋରାଲ ନାଇଙ୍ଗ ଲିନ୍‍ ତାଙ୍କୁ ଦେଇଥିଲେ ବୋଲି ଲୋନ ବୟାନ ଦେଇଛନ୍ତି। ଏ ସମ୍ବନ୍ଧରେ କୋର୍ଟ ଲିନ୍‍ଙ୍କୁ ପ୍ରଶ୍ନ କରିଥିଲେ। ମାତ୍ର ଡିସେମ୍ବର ୧୨ରେ ଏକ ରେଷ୍ଟୁରାଣ୍ଟରେ ଏହି ଦୁଇ ସାମ୍ବାଦିକଙ୍କୁ ସେ ଭେଟିଥିଲେ ମଧ୍ୟ ସେମାନଙ୍କୁ କୌଣସି କାଗଜପତ୍ର ପ୍ରଦାନ କରି ନ ଥିଲେ ବୋଲି ଲିନ୍‍ କହିଛନ୍ତି। ଉଭୟଙ୍କ ଦୋଷ ପ୍ରମାଣ ହେବା ପରେ କୋର୍ଟ ଗତ ସୋମବାର ଏହି ରାୟ ପ୍ରକାଶ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସେ ଅସୁସ୍ଥ ଥିବାରୁ ରାୟ ପ୍ରକାଶରେ ବିଳମ୍ବ ଘଟିଥିଲା। ସୋମବାର କୋର୍ଟ ତଙ୍କ ରାୟରେ କହିଛନ୍ତି, ଅଭିଯୁକ୍ତ ଦ୍ୱୟ ଅନେକଥର ଗୁପ୍ତ ସରକାରୀ କାଗଜ ନିକଟରେ ପହଞ୍ଚି ତାହାକୁ ଅନ୍ୟକୁ ଦେବାକୁ ଉଦ୍ୟମ କରିଛନ୍ତି। ସେମାନଙ୍କ ଆଚରଣ ସାଧାରଣ ସାମ୍ବାଦିକଙ୍କ ଭଳି ନ ଥିଲା। ଉଭୟ ସାମ୍ବାଦିକଙ୍କ ଗିରଫ ଘଟଣାକୁ ବିଶ୍ୱସମୂଦାୟ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଗିରଫ ସାମ୍ବାଦିକମାନଙ୍କୁ ମୁକ୍ତ କରିବା ଲାଗି ଜାତିସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ମ୍ୟାଁମାର, ଲୋନ୍‍ ଓ କ୍ୟାୱ ଏବଂ ବିଭିନ୍ନ ସ୍ଥାନରେ ଥିବା ସାମ୍ବାଦିକଙ୍କ ପାଇଁ ଏହା ଏକ କଳା ଦିନ ବୋଲି ରଏଟରର ମୁଖ୍ୟ ସମ୍ପାଦକ ଷ୍ଟିଫେନ୍‍ ଜେ. ଆଡଲେର କହିଛନ୍ତି। କ୍ୟାୱଙ୍କର ତିନି ବର୍ଷର ସନ୍ତାନ ଥିବା ବେଳେ ଲୋନ୍‍ ତିନି ସପ୍ତାହ ପରେ ପିତୃତ୍ୱ ଲାଭ କରିବେ। ସେମାନେ ଇତିମଧ୍ୟରେ ୯ ମାସ କାରାଦଣ୍ଡ କାଟିସାରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories