www.samajalive.in
Wednesday, December 10, 2025
26.1 C
Bhubaneswar

ସଙ୍ଗୀତ ଦୂର କରିବ ଉଚ୍ଚ ରକ୍ତଚାପ

ଆଜିକାଲି ଅନେକ ଲୋକ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ। ଉଚ୍ଚ ରକ୍ତଚାପ ବା ହାଇପର୍ ଟେନସନ୍ ଏକ ଗମ୍ଭୀର ରୋଗ। ରକ୍ତଚାପ ବୃଦ୍ଧି ହେଲେ ହୃଦ୍ରୋଗ, ବୃକକ୍ ସମସ୍ୟା ସହ ଅନେକ ଗମ୍ଭୀର ରୋଗର ଆଶଙ୍କା ବୃଦ୍ଧି ପାଇଥାଏ। ତେବେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଲୋକେ ଔଷଧଠୁ ନେଇ ଅନେକ ଘରୋଇ ଉପଚାର ଆପଣାଇ ଥାଆନ୍ତି। ହେଲେ କାହାକୁ ସୁଫଳ ମିଳେ ତ କାହାକୁ ନୁହେଁ। ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଗୀତ ଶୁଣି ଆପଣ ନିଜ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଔଷଧ ସେବନ ପରେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବା ଦ୍ୱାରା ଆଣ୍ଟି-ହାଇପରସେନ୍ସିଟିଭ୍ ଔଷଧର ପ୍ରଭାବ ବଢ଼ିଯାଏ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ସଙ୍ଗୀତ ଶୁଣିବା ଦ୍ୱାରା ହୃତ୍ସ୍ପନ୍ଦନ ଭଲ ତଥା ସ୍ବାଭାବିକ ରହିଥାଏ। ଏହି ଗବେଷଣା ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ସଙ୍ଗୀତ ଶୁଣିବା ଦ୍ୱାରା କିଭଳି ପ୍ରଭାବିତ ହେଉଛନ୍ତି ତାହା ଜାଣିବାକୁ କରାଯାଇଥିଲା। ନିଷ୍କର୍ଷରୁ ଜଣାପଡ଼ିଥିଲା, ସଙ୍ଗୀତ ଶୁଣିବାର ୧ ଘଣ୍ଟା ମଧ୍ୟରେ ହୃତ୍ସ୍ପନ୍ଦନରେ ବେଶ୍ ସୁଧାର ଆସିଥିଲା। ଏହାସହ ଔଷଧର ପ୍ରଭାବ ମଧ୍ୟ ଭଲ ରହିଥିଲା। ସଙ୍ଗୀତ ଶୁଣିଲେ ପାରାସିମ୍ପାଥେଟିକ୍ ନର୍ଭସ୍ ସିଷ୍ଟମ୍ ସକ୍ରିୟ ହୋଇଯାଏ ଏବଂ ଏହା ଗାଷ୍ଟୋଇଣ୍ଟେଷ୍ଟାଇଲ୍ ଆକ୍ଟିଭିଟିକୁ ବଢ଼ାଇଦିଏ। ଯଦ୍ୱାରା ଔଷଧର ପ୍ରଭାବ ଦ୍ୱିଗୁଣା ହୋଇଯାଏ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories