ଯୁବକଙ୍କୁ ବିଲ ଭିତରେ ଗୋଡାଇ ଗୋଡାଇ ହାଣିଲେ

0

କଟକ: ରାଜନୈତିକ ଶତ୍ରୁତାରୁ ଜଣେ ଯୁବକଙ୍କୁ ଫାର୍ଶା ଧରି ଆଉ ଜଣେ ଯୁବକ ବିଲ ଭିତରେ ଗୋଡାଇ ଗୋଡାଇ ହାଣିଥିଲେ। କଟକ ଜିଲା ଆଠଗଡ ଅନ୍ତର୍ଗତ ଗୁରୁଡି ଝାଟିଆରେ ଏହି ଘଟଣା ଘଟିଛି । ସୋମବାରେ ଏକ ରାଜନୈତିକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ଶିବରାମ ରାଉତ ନାମକ ଯୁବକଙ୍କୁ ଆଉ ୫ ଜଣ ଆକ୍ରମଣ କରିଥିଲେ । ବିଲ ଭିତରେ ଗୋଡାଇ ଗୋଡାଇ ହାଣିବାରୁ ଶିବରାମଙ୍କର ମୁଣ୍ଡ, ହାତ ଓ ଶରୀରର ଅନ୍ୟ ଅଂଶରେ ଆଘାତ ଲାଗିଛି ।

ପଞ୍ଚାୟତ ନିର୍ବାଚନ ସମୟରୁ ଶିବରାମ ଓ ଅନ୍ୟ ଏକ ଗୋଷ୍ଠୀ ସହ ବିବାଦ ଲାଗି ରହିଥିଲା। ସେଥିଯୋଗୁଁ ଶିବରାମଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଲ ଭିତରୁ ଶିବାରାମଙ୍କୁ ଗ୍ରାମବାସୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହାପରେ ହିଂସା ଘଟିବାର ସମ୍ଭାବନା ଥିବାରୁ ଗ୍ରାମରେ ପୁଲିସ ମୁତୟନ କରାଯାଇଛି।

Leave A Reply