www.samajalive.in
Sunday, December 14, 2025
26.1 C
Bhubaneswar

ପୁଅର ଠେଙ୍ଗା ମାଡରେ ବାପା ମୃତ

ଯାଜପୁର: ଯାଜପୁର ଜିଲାରେ ପୁଅର ଠେଙ୍ଗା ମାଡରେ ବାପାଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟାପୁର ଗ୍ରାମପଞ୍ଚାୟତ କମାର ସାହି ଗ୍ରାମରେ। ଜମି ବିବାଦକୁ ନେଇ ବାପପୁଅଙ୍କ ମଧ୍ୟରେ ସୋମବାର ସକାଳେ କଳି ଲାଗି ରହିଥିଲା। ଏଥିରେ ବାପପୁଅ ପରସ୍ପରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। କିନ୍ତୁ ପୁଅର ଠେଙ୍ଗା ମାଡରେ ବାପାର ମୃତ୍ୟୁ ହୋଇଛି। ବାପାର ଠେଙ୍ଗା ମାଡରେ ପୁଅ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି।
ସୂଚନାଯୋଗ୍ୟ ଯେ ମୃତ ବାପା ରାଧେଶ୍ୟାମଙ୍କ ତାଙ୍କ ପୁଅ ପ୍ରମୋଦ ବେହେରାଙ୍କ ସହ ଜମି ବିବାଦ ଲାଗିଥିଲା। ବିବାଦୀୟ ଜମି ଉପରେ ୧୪୪ ଧାରା ଜାରି କରାଯାଇ ଉଭୟଙ୍କୁ ଏହାର ବ୍ୟବହାର ଉପରେ ବାରଣ କରାଯାଇଥିଲା। ମାତ୍ର ରବିବାର ରାତିରେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସୋମବାର ସକାଳେ ଉଭୟ ବାପପୁଅ ପରସ୍ପର ଠେଙ୍ଗାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଆହତ ଅବସ୍ଥାରେ ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାପା ରାଧେଶ୍ୟାମ ବେହେରାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଅଭିଯୁକ୍ତ ପୁଅ ପ୍ରମୋଦକୁ ଅଟକ ରଖି ପଚରାଉଚରା କରୁଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories