www.samajalive.in
Saturday, December 6, 2025
26.1 C
Bhubaneswar

ଜେଲ ଯିବେ ସଞ୍ଜୟ ରାଉତ: ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ

ସମାଜ ଡିଜିଟାଲ ଡେସ୍କ: ମାନହାନି ମୋକଦ୍ଦମା ମାମଲାରେ ଶିବସେନା ୟୁବିଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ଦିନ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୨୫ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ରାୟ ପରେ ସଞ୍ଜୟ ରାଉତ ଜେଲ ଯିବା ସ୍ପଷ୍ଟ ହୋଇଛି। ସୂଚନା ଅନୁସାରେ ବିଜେପି ନେତା କିରୀଟ ସୋମାୟାଙ୍କ ପତ୍ନୀ ମେଧା କିରିଟ ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ। ସଞ୍ଜୟ ମେଧାଙ୍କ ବିରୋଧରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ। ସଞ୍ଜୟ ଅଭିଯୋଗ କରିଥିଲେ ମୁମ୍ବାଇର ମୀରା ଭାୟନ୍ଦର ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତିରେ ବିଜେପି ନେତା କିରିଟ ସୋମାୟା ଏବଂ ତାଙ୍କ ପତ୍ନୀ ମେଧା କିରିଟଙ୍କ ଏନଜିଓ ସମ୍ପୃକ୍ତି ରହିଥିଲା। ଏହି ଅଭିଯୋଗକୁ ଭିତ୍ତିହୀନ କହିବା ସହ ଖଣ୍ଡନ କରିଥିଲେ ବିଜେପି ନେତା। ଏହାପରେ ସଞ୍ଜୟଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories