www.samajalive.in
Monday, December 8, 2025
13.1 C
Bhubaneswar

ନୂଆପଡାରେ ଆଉ ୪ଜଣ ଝାଡାବାନ୍ତିରେ ଆକ୍ରାନ୍ତ; ସଂଗ୍ରହ ହେଲା ପାଣି ନମୁନା

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ନୂଆପଡାରେ ଝାଡାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ଆଉ ୪ ଜଣ ଝାଡାବାନ୍ତି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଖବର ମିଳିଛି । ନୂଆପଡାର ତିଳେ ନାଏକ (୫୮), ମନ ସିଂ ପୁରିଆ(୫୫),ଜଗନ୍ନାଥ ନାଏକ(୪୫),ମାନସିଂ ସିଂ ପୂରିଆ(୪୦) ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୋମବାର କରଲାକୋଟ ଗାଁର ନୂଆପଡାକୁ ଏକ ଡାକ୍ତରୀଦଳ  ଲୋକଙ୍କୁ ଔଷଧ ବଣ୍ଟନ କରିବା ସହ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ।

ଆଶାକର୍ମୀ ପୋଖରୀ ପାଣି ବ୍ୟବହାର କରିବା ପାଇଁ ସଚେତନ କରିଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ ଗାଁରେ ଥିବା କୁର୍ଲ।ମୁଣ୍ଡା  ସାଗରରେ ଗାଁ ଲୋକେ ଗାଧୋଇବା ସହ ଶୌଚ, ଲୁଗାପଟା ସଫା ଓ ଅଇଁଠା ବାସନକୁସନ ମଧ୍ୟ ଧୋଉଛନ୍ତି । ତେବେ ଏଥିର ପାଣି ଅପରିଷ୍କାର ହେବା ସହ ଝାଡାବାନ୍ତି ବ୍ୟାପିଥାଇ ପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ସନ୍ଧେହ କରୁଛି । ଗାଁରେ ଏକ ଡାକ୍ତରୀ ଟିମ ରହିବା ସହ ପ୍ରତେକ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି । ବିଭିନ୍ନ ସ୍ଥାନରେ  ସ୍ଥାନରେ ବ୍ଳଚିଙ୍ଗ ପାଉଡର ପକାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ।

- Advertisement -

ଅନ୍ୟପକ୍ଷରେ ନୂଆପଡାରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ପଡ଼ାରାସ୍ତା ଦୁଇକଡରେ ଡ୍ରେନ ନଥିବାରୁ ରାସ୍ତାରେ କାଦୁଅ ରହିବା ପାଣି ଜମି ରହୁଛି । ଲୋକେ ଶୌଚାଳୟ ବ୍ୟବହାର ନକରି ଶୌଚ ପାଇଁ କୁର୍ଲ।ମୁଣ୍ଡା ସାଗର ଉପରେ ନିର୍ଭର କରୁଛନ୍ତି । ୬୦ଘର ଏବଂ ୧୭୭ ଭୋଟର ଥିବା ନୂଆପଡାରେ ୨ଟି ନଳକୂପ ରହିଛି ଯାହା ପଡ଼ାବାସୀଙ୍କ ପାଇଁ  ଯଥେଷ୍ଟ ହୋଉନାହିଁ । ନଳ କୂପ ନିକଟରେ ବାସନ ଧୋଉଥିବାରୁ ନଳକୂପ ଚାରିପାଖ ଅପରିଷ୍କାର ହେଉଛି । ଗତକାଲି ନୂଆପଡାକୁ ସଂକ୍ରାମକରୋଗ ବିଜ୍ଞାନୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ସର୍ଗିଗୁଡା ପଞ୍ଚାୟତର ବାଞ୍ଜିବାହାଲରେ ଝାଡାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୋଟିଏ ପରିବାରର ୯ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories