ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ନୂଆପଡାର ଝାଡାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁଘଟିଛି । ଗତକାଲି ନୂଆପଡାର ଆଉ ୪ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରେ ଜଗୁରୁ ବାଣୁଆ ନାମକ ଜଣେ ୫୫ ବର୍ଷିୟ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ । ଫଳରେ ତାଙ୍କୁ ସନ୍ଧ୍ୟାରେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାିଥିଲା । ରାତି ଗୋଟାଏରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉ ଥିବାବେଳେ ବାଟରେ ମୃତ୍ୟୁ ହୋଇଥିଲା । ଏଥି ପୂର୍ବରୁ ଗତ ୮ ତାରିଖ ରାତିରେ ନୂଆପଡା ସୁମନ କୋଚିଆ(୬୫)ଏବଂ ୯ତାରିଖରେ କୈବର୍ତ୍ତ ପାତ୍ର(୭୦)ଙ୍କର ମୃତ୍ୟୁ ଘଟିଥିଲା । ନୂଆପଡାରେ ଗତ ୬ତାରିଖରୁ ଲୋକେ ଝାଡ଼ାବାନ୍ତିର ଶିକାର ହୋଉଛନ୍ତି । ଇତି ମଧ୍ୟରେ ୩୦ଜଣ ଝାଡାବାନ୍ତିର ଶିକାର ହେଲେଣି ।
Popular Categories



