www.samajalive.in
Monday, December 8, 2025
13.1 C
Bhubaneswar

ଅବସର ନେଲେ ଧୋନିଙ୍କ ପାକ୍‍ ପ୍ରଶଂସକ ବସିର୍‍

ନୂଆଦିଲ୍ଲୀ : ଶନିବାର ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ଘୋଷଣାକରି ସମସ୍ତଙ୍କୁ ସ୍ତବ୍‍ଧ କରି ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏହାସହ ଧୋନିଙ୍କର ସବୁଠାରୁ ବଡ଼ ପ୍ରଶଂସକ ମହମ୍ମଦ ବସିର୍‍ ବୋଜାଇ ମଧ୍ୟ କହିଛନ୍ତି ଯେ ସେ ମଧ୍ୟ ଅବସର ନେଇ ଯାଇଛନ୍ତି। କରାଚିରେ ଜନ୍ମଗ୍ରହଣ କରିଥିବା ବସିର୍‍ ଏବେ ଆମେରିକାର ସିକାଗୋ ସହରର ବାସିନ୍ଦା। କ୍ରିକେଟ୍‍ ମହଲରେ ସେ ‘ଚାଚା ବସିର୍‍’ ନାମରେ ଖ୍ୟାତ। ଧୋନିଙ୍କର ସେ ସବୁଠାରୁ ବଡ଼ ପ୍ରଶଂସକ। ବିଶ୍ୱରେ ଯେକୌଣସି ସ୍ଥାନରେ ଭାରତୀୟ ଦଳ ସହ ଧୋନି ଖେଳୁଥିବା ବେଳେ ତାଙ୍କ ଖେଳ ଦେଖିବାକୁ ପହଞ୍ଚି ଯାଇଥାଆନ୍ତି ଚାଚା ବସିର୍‍। ହେଲେ ଧୋନିଙ୍କ ଅବସର ସହ ତାଙ୍କର ଯାତ୍ରା ମଧ୍ୟ ସମାପ୍ତ ହୋଇଯାଇଛି ବୋଲି ବସିର୍‍ କହନ୍ତି।

ସିକାଗୋ ସହରରେ ଏକ ରେଷ୍ଟୁରାଣ୍ଟ ଚଳାଉଥିବା ବସିର ବୋଜାଇ ତାଙ୍କର ସବୁଠାରୁ ପ୍ରିୟ କ୍ରିକେଟର ଧୋନିଙ୍କ ଅବସର ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ଆଉ କୌଣସି କ୍ରିକେଟ୍‍ ମ୍ୟାଚ୍‍ ଦେଖିବାକୁ ଯିବେନାହିଁ ବୋଲି କହିଛନ୍ତି। ୨୦୧୧ ବିଶ୍ୱକପ୍‍ର ସେମିଫାଇନାଲ ମୋହାଲିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ବେଳେ ଏହି ମ୍ୟାଚ୍‍ର ଟିକଟ କ୍ରିକେଟ୍‍ପ୍ରେମୀଙ୍କ ପାଇଁ ଅମୂଲ୍ୟ ଥିଲା। ଆମେରିକାରୁ ତାଙ୍କ ଖେଳ ଦେଖିବାକୁ ଆସି ଟିକଟ ନ ପାଇ ଫେରିବାକୁ ଚାଚା ବସିର୍‍ ଯାଉଛନ୍ତି ଜାଣିବା ପରେ ଧୋନି ହିଁ ତାଙ୍କୁ ଉକ୍ତ ମ୍ୟାଚ୍‍ର ଟିକଟ ଦେଇଥିଲେ। ପରେ ମୁମ୍ବଇରେ ଫାଇନାଲ ମ୍ୟାଚ୍‍ର ଟିକଟ ମଧ୍ୟ ସେ ପାଇଥିଲେ। ଏହା ପରଠାରୁ ଧୋନିଙ୍କ ପ୍ରତି ତାଙ୍କ ସମ୍ମାନ କେଇଗୁଣ ବଢ଼ି ଯାଇଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories