www.samajalive.in
Thursday, December 11, 2025
13.1 C
Bhubaneswar

ଗବେଷଣା ଭିତ୍ତିକ ସହଯୋଗ ଉପରେ ଗୁରୁତ୍ୱ – ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର

ଭୁବନେଶ୍ୱର: ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଗବେଷଣା ଲବ୍ଧ ତଥ୍ୟର ଉପଯୋଗ ପାଇଁ ରାଜ୍ୟ ସରକାର ଏବଂ ଅବଦୁଲ ଲତିଫ ଜମୀଲ ପଭଟି ଆକ୍ସନ ଲାବ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଖାରବେଳ ଭବନରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ଜେ-ପଲ୍‌ ଦକ୍ଷିଣ ଏସିଆର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି। ୫-ଟି ଜରିଆରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମର ସୁଫଳ ଯେପରି ସର୍ବାଧିକ ହିତାଧିକାରୀ ପାଇପାରିବେ, ସେ ଦିଗରେ ଉଭୟ କାର୍ଯ୍ୟ କରିବେ। ଜେ-ପଲ୍‌ ଏ ଦିଗରେ ଗବେଷଣା ଲବ୍‌ଧ ତଥ୍ୟଭିତ୍ତିକ, ବୈଷୟିକ ସହଯୋଗ ଯୋଗାଇ ଦେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିଶେଷ ଭାବରେ ସହଯୋଗ କାର୍ଯ୍ୟକ୍ରମରେ ଜେ-ପଲ୍‌ ରାଜ୍ୟର ଶ୍ରମ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ବିକ୍ଷିପ୍ତ ତଥ୍ୟ ସଂଗ୍ରହ କରି ତାର ମୂଲ୍ୟାଙ୍କନ କରିବ। ଏଥି ପାଇଁ ଦକ୍ଷତାବୃଦ୍ଧି ତାଲିମ କାର୍ୟ୍ୟକ୍ରମ ମଧ୍ୟ ଗ୍ରହଣ କରାଯିବ। ସେ କହିଛନ୍ତି ଯେ ଏହି ସହଯୋଗ କାର୍ଯ୍ୟକ୍ରମ ଦ୍ବାରା ଓଡିଶାବାସୀଙ୍କ କ୍ରମବର୍ଦ୍ଧିଷ୍ଣୁ ଆଶା ଆକାଂକ୍ଷା ପୂରଣ ସହିତ ଓଡିଶାରେ ଆଣିବାକୁ ଥିବା ପରିବର୍ତ୍ତନର ଲକ୍ଷ୍ୟ ପୂରଣ ଦିଗରେ ଟିମ୍‌ ଓଡିଶାର ଉଦ୍ୟମ ସଫଳ ହୋଇପାରିବ।

- Advertisement -

ଜେ-ପଲ୍‌ ଦକ୍ଷିଣ ଏସିଆ ରାଜ୍ୟ ସରକାରଙ୍କ ସହିତ ଏହି ବୁଝାମଣା କରି ଅତ୍ୟନ୍ତ ଆନନ୍ଦିତ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସୁପରିଚାଳନା, ଦକ୍ଷତାବୃଦ୍ଧି ସହିତ ଜନସାଧାରଣଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ବ ଦିଆଯିବ। ବାସ୍ତବ ତଥ୍ୟଭିତ୍ତିକ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।

ରାଜ୍ୟ ସରକାର ଓ ଜେ-ପଲ୍‌ ଦକ୍ଷିଣ ଏସିଆ ନିୟମିତ ଭାବରେ ବିଭିନ୍ନ ନୀତି ଉପରେ ବାର୍ଷିକ ଆଲୋଚନା କରି ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଚୟନ କରିବା ସହିତ ଆଲୋଚନା ଜରିଆରେ ତଥ୍ୟ ଆଦାନପ୍ରଦାନ କରିବା ଏବଂ ମିଳିତ ଭାବେ ଅଭିନବ ଉପାୟ ଅବଲମ୍ବନ କରିବା ସହିତ ବାସ୍ତବ କ୍ଷେତ୍ରରେ ଏହାର ପ୍ରୟୋଗ କରି କାର୍ୟ୍ୟକ୍ରମ ଗୁଡିକର ମୂଲ୍ୟାଙ୍କନ କରିବେ। ପୁଷ୍ଟିହୀନତା, ମହିଳା ସଶକ୍ତିକରଣ, ଦାଦନ ଶ୍ରମିକ ସମସ୍ୟା, ସ୍ବାସ୍ଥ୍ୟକର୍ମୀଙ୍କ କାର୍ୟ୍ୟଦକ୍ଷତା ଏବଂ କୃଷି ଉତ୍ପାଦକତା ଆଦି କ୍ଷେତ୍ରରେ କାର୍ୟ୍ୟକାରୀ ହେଉଥିବା ନୀତି ସଂପର୍କରେ ନିୟମିତ ଆଲୋଚନା କରାଯାଇ ସାଧାରଣ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories