www.samajalive.in
Monday, December 8, 2025
24.1 C
Bhubaneswar

ମୋଟୋରୋଲା ଆଣିଲା ନୂଆ ମଡେଲ, ରହିଛି ଅନେକ ଫିଚର୍ସ

ନୂଆଦିଲ୍ଲୀ : ମୋଟୋରୋଲା ଭାରତରେ ନିଜ ଏଆଇ ବିଶିଷ୍ଟ ସ୍ମାର୍ଟଫୋନର ବଜାର ପ୍ରବେଶ କରିଦେଇଛି । ଏହାର ନାଁ ମୋଟୋ ଏଜ୍ ୫୦ ଅଲ୍ଟ୍ରା ରହିଛି ଏବଂ ଏହା ଏଜ୍ ୫୦ ସିରିଜର ଟପ୍ ଭେରିଏଣ୍ଟ ବୋଲି କମ୍ପାନୀ ସୂଚନା ଦେଇଛି । ପୂର୍ବରୁ ଏଜ୍ ୫୦ ପ୍ରୋ ଏବଂ ଏଜ୍ ୫୦ ଫ୍ୟୁଜନ ଲଞ୍ଚ୍ ହୋଇସାରିଛି । ମୋଟୋ ଏଜ୍ ୫୦ ଅଲ୍ଟ୍ରାରେ ଅନେକ ଦମଦାର ଫିଚର୍ସ ରହିଛି । କମ୍ପାନୀ ଏହାକୁ ୫୯,୯୯୯ ଟଙ୍କାରେ ବଜାର ପ୍ରବେଶ କରିଛି । ଏହି ଦାମରେ ୧୨ ଜିବି ଓ ୫୧୨ ଜିବି ଭେରିଏଣ୍ଟ ମିଳିବ ।

ଏହା ସହିତ ମୋଟୋରୋଲା ତରଫରୁ ଅନେକ ରିହାତି ଦିଆଯାଉଛି । ଏଥିପାଇଁ ଗ୍ରାହକ ଆଇସିଆଇସିଆଇ ଏବଂ ଏଚଡିଏଫସି ବ୍ୟାଙ୍କର କାର୍ଡ ବ୍ୟବହାର କରିପାରିବେ । ସବୁ ଅଫରର ଫାଇଦା ଉଠାଇ ଗ୍ରାହକ ୪୯,୯୯୯ ଟଙ୍କାରେ ଏହି ଫୋନକୁ କିଣିପାରିବେ । ଏହି ଫୋନର ପ୍ରଥମ ସେଲ୍ ଫ୍ଲିପକାର୍ଟରେ ୨୪ ଜୁନ୍ ଦ୍ବିପ୍ରହର ୧୨ଟାରୁ ଆରମ୍ଭ ହେବ ।

- Advertisement -

ଏଥିରେ ୬.୭ ଇଞ୍ଚ ସୁପର ୧.୫କେ ପିଓଏଲଇଡି ଡିସପ୍ଲେ ଦିଆଯାଇଛି । ଏଥିରେ ୧୪୪ ହର୍ଜ ରିଫ୍ରେଶ୍ ରେଟ୍ ମିଳୁଛି । ଫୋନରେ ୧୫୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ମିଳିବ । ଫୋନର ଓଜନ ୧୯୭ ଗ୍ରାମ । ଫୋନରେ ସ୍ନାପଡ୍ରାଗନ ୮ଏସ୍ ଜେନ୍ ୩ ପ୍ରୋସେସର ସହିତ ୧୨ ଜିବି ଏଲପିଡିଡିଆର୫ଏକ୍ସ ରାମ୍ ଦିଆଯାଇଛି । ଏହା ସହ ଫୋନରେ ୫୧୨ ଜିବିର ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳିବ । ୪୫୦୦ ଏମଏଏଚର ବ୍ୟାଟେରୀ ମଧ୍ୟ ଫୋନରେ ରହିଛି । ଫୋନରେ ୫୦, ୬୪ ଏବଂ ୫୦ ଏମପିର କ୍ୟାମେରା ଥିବାବେଳେ ସେଲ୍ଫି ପାଇଁ ୫୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି ।

ମୁକୁଳା ଡ୍ରେନରୁ ଉଦ୍ଧାର ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories