www.samajalive.in
Saturday, December 13, 2025
26.1 C
Bhubaneswar

୫୦ ରୁ ଉର୍ଦ୍ଧ୍ବ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ

କଂଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗ୍ରାମ ପଂଚାୟତରେ ୫୦ ରୁ ଉର୍ଦ୍ଧ୍ବ ବିଜେପି କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାସନ ଓ ଜନହିତ କର ଓ ଲୋକାଭି ମୁଖି ଯୋଜନା ଓ ଅନୁପ୍ରାଣିତ ଓ କଂଟାବାଞ୍ଜି ବିଧାୟକ ପ୍ରାର୍ଥି ଅଜୟ ଦାସଙ୍କ ବିଭିନ୍ନ ଲୋକ ସଂପର୍କ ଓ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ଓ ସେବା ମନୋଭାବକୁ ଦେଖି ଝରଣି ଗ୍ରାମ ର ବଛା ପଡା କଲ୍ୟାଣ ମଣ୍ଡପ ଠାରେ ତୁରେକେଲା ବିଜେଡି ବ୍ଲକ ସଭାପତି ଆଶାଦୁଲ୍ଲା ଖାନଙ୍କ ମିଶ୍ରଣ ପର୍ବରେ ବିଜେଡିର ବରିଷ୍ଠ ନେତା ଯୋଗ ଦେଇ ସମସ୍ତ କର୍ମୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ପାଛୋଟି ନେଇ ଥିଲେ। ଜିଲା ସଂପାଦକ ରାଜେନ୍ଦ୍ର ବେହେରା, ଯୁବ ସଂପାଦକ ଶାନ୍ତନୁ ବିଭାର, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ବିଶ୍ୱ ନାଥ ସାହୁ, ଗ୍ରାମ ପଂଚାୟତ ସଭାପତି ରମନ ଖାନ ବ୍ରଜରାଜ ମେହେର, ବିଘ୍ନ ବଛାଙ୍କ ଉପସ୍ଥିତ ଥିଲେ। ଯୋଗ ଦେଇଥିବା ପ୍ରମୁଖ  ଯୁବକମାନେ ହେଲେ ରୋସନ ମେହେର, ଶ୍ରୀରାମ ମେହେର, ବୈଷ୍ଣବ ବରିହା,ଶିବରାମ ମାଝୀ,ଡୋଳାମଣୀ ମେହେର,ମାନସ ଧରୁଆ,ପିତାମ୍ବର ମାଝୀ, ଟିକେରାମ ମେହେର,ଶରତ ମେହେର,ମହୋନ ବନଛୋର ଶୁସାନ୍ତ ବଛା, ଶହଦେବ ମାଝୀ, ଟଙ୍କ ଧର ମାଝୀ, ତୁଳାରାମ ତାଣ୍ଡି ,ସୁବାସ ତାଣ୍ଡି,ମନୋଜ ତାଣ୍ଡି,ଅଭିନାଶ ମେହେର, ଜିତେନ୍ଦ୍ର କାଣ୍ଡ, ହୀରାଲାଲ ନାଗ, ତୁଳସୀ ଠେଲା ଙ୍କ ସହିତ ବହୁ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଇ ଥିବା ସଭାପତି ଆଶାଦୁଲ୍ଲା ଖାନ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories