www.samajalive.in
Saturday, December 6, 2025
16.1 C
Bhubaneswar

ଦିନକ ପରେ ଓଡ଼ିଶା ଛୁଇଁବ !

ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହ ଯୋଗୁଁ ସାରା ରାଜ୍ୟ ଜଳୁଥିଲା। ତାତିରେ ଆଉଟୁପାଉଟୁ ହେଉଥିଲେ ରାଜ୍ୟବାସୀ। ସୋମବାରଠାରୁ ଉପକୂଳରେ ତାତିି କମିଛି । କିନ୍ତୁ ପଶ୍ଚିମ ଓଡ଼ିଶାକୁ ତାତିରୁ ନିସ୍ତାର ମିଳୁନାହିଁ । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ୧୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ୪୨.୧ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ରହିଛି। ଝାରସୁଗୁଡ଼ା ଏବଂ ଟିଟିଲାଗଡ଼ରେ ପାରଦ ୪୨ ଡିଗ୍ରୀ ରେକର୍ଡ ହୋଇଛି। ଉପକୂଳରେ ୪୦ ଡିଗ୍ରୀ ତଳେ ପାରଦ ରହିଛି। ବୁଧବାରଠାରୁ ରାଜ୍ୟରେ ସପ୍ତାହେ ବ୍ୟାପି ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ସମ୍ପ୍ରତି ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ଆସିବା ପୂର୍ବରୁ ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି । ପାଗ ବଦଳିବା ସହିତ ତାପମାତ୍ରା ଆହୁରି କମିବ। ଦକ୍ଷିଣ ଓଡିଶାର ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଥିବା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଟ୍ବିଟ କରି ସୂଚନା ଦେଇଛି। ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ଥିବାରୁ ୩ଦିନ ଧରି ବର୍ଷା ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବଢିବ ବର୍ଷାର ପରିମାଣ । ୨୨ରୁ ଉପକୂଳର ଅଧିକାଂଶ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣ ବର୍ଷାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ବର୍ଷା ୭ରୁ ୧୧ ସେଣ୍ଟିମିଟର ହେବାର ସମ୍ଭାବନା ରହିଛି। ଏହି ସମୟରେ ମୌସୁମୀ ରାଜ୍ୟକୁ ଛୁଇଁବାର ସମ୍ଭାବନା ରହିଛି । ୨୩ ଏବଂ ୨୪ରେ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ୭ ରୁ ୨୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୨୪ଘଣ୍ଟାରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ ଏବଂ କନ୍ଧମାଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟରେ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନାନୁସାରେ, ଆଗାମୀ ୨ରୁ ୩ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ର ରହିଛି। ତାହା କ୍ରମଶଃ ଦକ୍ଷିଣ-ପୂର୍ବ ଦିଗରେ ଗତି କରିବା ଦ୍ବାରା ବଙ୍ଗୋପସାଗରୀୟ ପବନ ଲଘୁଚାପ କ୍ଷେତ୍ର ଆଡ଼କୁ ଟାଣି ହେବ। ଫଳରେ ରାଜ୍ୟରେ ୨୨ରେ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ବର ସହିତ ଦକ୍ଷିଣ-ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ୨୩ରୁ ଦକ୍ଷିଣ ଆଭ୍ୟନ୍ତରୀଣରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ୨୫ରେ ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଦ୍ବାରା ରାଜ୍ୟରେ ତିନିଦିନ ଧରି ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଲଘୁଚାପଟି କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର-ଭାରତରେ ମୌସୁମୀ ବର୍ଷା କରାଇବ। ଉତ୍ତର ଓଡ଼ିଶାରେ ବର୍ଷା ଅପେକ୍ଷାକୃତ ଅଧିକ ରହିବ। ୨୨ରେ ଦକ୍ଷିଣ ଆଭ୍ୟନ୍ତରୀଣରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories