www.samajalive.in
Sunday, December 14, 2025
14.1 C
Bhubaneswar

ମୋହନା ବ୍ଲକରେ ୫-ଟି ବିଦ୍ୟାଳୟ ରୂପାନ୍ତରଣ ଅଭିଯାନ

ମୋହନା: ୫-ଟି ବିଦ୍ୟାଳୟ ରୂପାନ୍ତରଣ ଅଭିଯାନର ୪ର୍ଥ ପର୍ଯ୍ୟାୟରେ ଗୁରୁବାର ମୋହନା ବ୍ଲକର ୧୪ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ୫-ଟି ବିଦ୍ୟାଳୟ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ନୂଆ ଟେକ୍ନୋଲୋଜି ଓ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନଙ୍କ ମଧ୍ୟରେ ଲୁଚିରହିଥିବା ପ୍ରତିଭାର ପରିଚୟ ସୃଷ୍ଟି କରିପାରିବେ ବୋଲି କହିଥିଲେ। ଦମାଦୁଆ, ପାଣିଗଣ୍ଡା, ଲିଲିଗଡ଼,ପିଣ୍ଡିକି, ମେରା ପଲ୍ଲି, ଲୁହାଗୁଡି,ମାଣ୍ଡିମେରା,ବିରିକୋଟ, ମୋହନା, ଗୋବିନ୍ଦପୁର, କର୍ଚ୍ଚବାଡି, ରାଇପୁର, ଜିରାଙ୍ଗ, ଧାଡିଆମ୍ବ ଆଦି ୧୪ଟି ୫-ଟି ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ ହେବା ସହ ଏହି ସବୁ ବିଦ୍ୟାଳୟରେ ସ୍ମାର୍ଟ କ୍ଳାସ ରୁମ, କମ୍ପୁଟର, ଲାଇବ୍ରେରୀ, ଶୌଚାଳୟ, ପାନୀୟ ଜଳ, ଲାବୋରେଟରି ଗୃହ ରହିଛି।

ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ ଓ କର୍ମଚାରୀ, ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଲିଲିଗଡ ୫-ଟି ରୂପାନ୍ତରିତ ବିଦ୍ୟାଳୟର ଉଦଘାଟନୀ ଉତ୍ସବରେ ମୋହନା ଜିଲା ପରିଷଦ ସଭ୍ୟ ଚ଼ନ୍ଦ୍ର କୁମାର ମଳିକ ରିବନ କାଟି ଉଦଘାଟନ କରିଥିଲେ। କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ପାଢୀ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏନ. ମାର୍କଣ୍ଡ, ସହକାରୀ ଶିକ୍ଷକ ସୁଧାକର ମହାନ୍ତି, ଶିକ୍ଷୟତ୍ରୀ ପ୍ରିୟଙ୍କା ଚୌଧୁରୀ, ପ୍ରିୟଙ୍କା ସ୍ଵାଇଁ, ସରପଞ୍ଚ ବାସନ୍ତୀ ମଳିକ, ସମିତି ସଭ୍ୟ ମୁନା ମଳିକ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories