www.samajalive.in
Saturday, December 13, 2025
15.1 C
Bhubaneswar

୧୦୮ ଫାର୍ମାସିଷ୍ଟଙ୍କ ମହାନତା ପାଇଁ ଜିଲ୍ଲାପାଳ ଦେଲେ ମାନପତ୍ର ଓ ଉପଢୌକନ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକର ଉପାନ୍ତ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଏହି ବ୍ଳକରେ ଏବେ ମଧ୍ୟ ବହୁ ଗ୍ରାମ ରହିଛି ଯେଉଁଠି କି ଗମନାଗମନ କରିବା କାଠିକର ପାଠ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧିନ ଅଲଣ୍ଡା ଗ୍ରାମରେ। ଏହି ଗ୍ରାମର ଜଣେ ଗର୍ଭବତୀ ମହିଳା ସୁନିଲା ଶବର (୩୩)ଙ୍କ ଗର୍ଭ ଯନ୍ତ୍ରଣା ସହ୍ୟ କରି ନ ପାରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲେନ୍ସକୁ ଖବର କରିଥିଲେ। ଖବର ପାଇ ୧୦୮ର ଫାର୍ମାସିଷ୍ଟ ବିବ୍ୟାଧର ସାହୁ ଓ ଚାଳକ ଯାଇଥିଲେ। ଗାଡିଟି ରାଜ୍ୟ ରାଜପଥ କଡରେ ପଡୁଥିବା ଅଲଣ୍ଡା ଛକଠାରେ ଅଟକି ଥିଲା।ସେଠାରୁ ୩ କି.ମି ଦୂର ଅଲଣ୍ଡା ଗ୍ରାମର ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ୧୦୮ ଯିବା ସମ୍ଭବପର ହୋଇନଥିଲା। ଏଣୁ ଫାର୍ମାଶିଷ୍ଟ ବିଦ୍ୟାଧର ଷ୍ଟେଚର ଧରି ପାଦରେ ଚାଲି ଚାଲି ଅଲଣ୍ଡା ଗ୍ରାମରେ ପହଞ୍ଚି ସେଠାରୁ ଗ୍ରାମବାସୀଙ୍କ ସହଯୋଗରେ ଗର୍ଭବତୀ ମହିଳାଙ୍କୁ ଷ୍ଟେଚ଼ରରେ ଶୁଆଇ ନିଜେ ବୋହି ୩ କି.ମି ଦୁର୍ଗମ ରାସ୍ତା ପାର ହୋଇ ଅଟକି ରହିଥିବା ୧୦୮ରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ।

ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଫାର୍ମାଶିଷ୍ଟ ବିଦ୍ୟାଧର ସାହୁଙ୍କ ଏପରି ମହାନତା କାର୍ଯ୍ୟ କରିଥିବାରୁ ତାଙ୍କୁ ପ୍ରସଂଶା କରିଥିଲେ। ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଡିଏମ୍ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଳାପାଳ ଦିଲ୍ଲିପ କୁମାର ମହାରଣା ଓ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀ ସାହୁଙ୍କୁ ଶ୍ରୀପଣ୍ଡା ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories