www.samajalive.in
Monday, December 8, 2025
24.1 C
Bhubaneswar

କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା

ମୋହନା : ରାଜ୍ୟ ଶିକ୍ଷକ ଓ କର୍ମଚାରୀ, ସ୍କୁଲ, କଲେଜ ମିଳିତ ମଞ୍ଚ ପକ୍ଷରୁ ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ନେଇ ପଥପ୍ରାନ୍ତ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକମାନଙ୍କୁ ପୁର୍ଣ୍ଣ ଅନୁଦାନ ଦାବି ନେଇ ଶିକ୍ଷକ ଓ ଅଧ୍ୟାପକ ମାନେ ଅଗଷ୍ଟ ୧୬ରୁ ଭୁବନେଶ୍ୱର ଗାନ୍ଧି ମାର୍ଗରେ ଧାରଣାରତ ଅଛନ୍ତି। ଏହି କାରଣରୁ ରାଜ୍ୟର ଶହ ଶହ ସ୍କୁଲ କଲେଜ ବନ୍ଦ ରହିଛି। ରାଜ୍ୟ ମିଳିତ ମଞ୍ଚର ନିଷ୍ପତି କ୍ରମେ ଶିକ୍ଷକ ଓ ଅଧ୍ୟାପକମାନେ ମୋହନା ବ୍ଳକର ପିଣ୍ଡିକି ଗ୍ରାମ ନିକଟରେ ପଥପ୍ରାନ୍ତ ପ୍ରତିବାଦ ସଭା ଓ ଶୋଭାଯାତ୍ର ହୋଇଥିଲା। ସେହିପରି ଚାନ୍ଦିପୁଟ ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ମିଳିତ ମଞ୍ଚର କର୍ମକର୍ତାମାନେ ଚାନ୍ଦିପୁଟ ଗ୍ରାମ ପରିକ୍ରମା କରିଥିଲେ। ସେମାନଙ୍କ ଦାବି ମୁତାବକ ବିବିନ୍ନ ସ୍ଲୋଗାନ ଦେଇ ଜନସଚେତନତା ଲୋକମାନଙ୍କ ମନରେ ସୃଷ୍ଟି କରିଥିଲେ। ଏହି ସଭା ଓ ଶୋଭାଯାତ୍ରାରେ ରାଜ୍ୟ ମିଳୀତ ମଂଚର ଆବାହକ ମଣ୍ଡଳୀ ସଦସ୍ୟ ଅଧ୍ୟାପକ ଅନିଲ କୁମାର ତ୍ରୀପାଠୀ, ମୋହନା ବ୍ଳକ ସଭାପତି ଅଧ୍ୟାପକ ଭଗବାନ ବିଷୋୟୀ, ଉପସଭାପତି ଡା. ପ୍ରଦିପ ଷଡଙ୍ଗୀ, ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଅନ୍ତର୍ଯ୍ୟାମୀ ଗୌଡ, ପ୍ରଣବ ପାଟଯୋଶୀ, ସୁର୍ଯ୍ୟ ମହାନ୍ତି, ରଞ୍ଜନ କୁମାର ପଣ୍ଡା, ଏସ.ରମେଶ, ସ୍ୱୟଂପ୍ରଭା ସାହୁ ଓ ଜଗଦିସ ନାୟକ, ମନୋଜ ସିଂ, ଗଣେଶ ନାୟକ ଆଦି ବହୁ ସଂଖ୍ୟାରେ ଶିକ୍ଷକ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସାମିଲ ଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories