ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ସମ୍ପର୍କରେ ଚିଠି ଲେଖିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ପଶ୍ଚିମବଙ୍ଗ ସରକାର ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରୁହନ୍ତୁ ବୋଲି ସେଥିରେ ଉଲ୍ଲେଖ ରହିଛି । ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରାମର୍ଶ ଦେଇଛନ୍ତି ।
ଦୀଘା ‘ଜଗନ୍ନାଥ ଧାମ’ ବିବାଦରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ ପ୍ରଧାନମନ୍ତ୍ରୀ: ସୁଦର୍ଶନ ପଟ୍ଟନାୟକ



