www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶାର ପୁନଃ ନିର୍ମାଣ ପାଇଁ ସହାୟତା ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ : ମୋଦୀ

ନୂଆଦିଲ୍ଲୀ : ଫନି ଘୂର୍ଣ୍ଣିଝଡ଼ ପରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାପାଇଁ ଓଡ଼ିଶାର ସମସ୍ତ ସରକାରୀ ସଂସ୍ଥା ଓ କେନ୍ଦ୍ରୀୟ ସଂସ୍ଥାମାନେ ଲୋକମାନଙ୍କ ସହ ମିଶି ଚଳାଇଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି, କ୍ଷତିଗ୍ରସ୍ତ ହୋଇଥିବା ଭିତ୍ତିଭୂମି ଓ ବିଦ୍ୟୁତ୍‍ ଲାଇନ୍‍ର ମରାମତି ତଥା ଫସଲର ଭରଣା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯିବ । ଯେତେ ଶୀଘ୍ର ସମ୍ଭବ ସଡ଼କ ଓ ରେଳଲାଇନ୍‍ର ମରାମତି ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । କୃଷକମାନଙ୍କୁ ଶୀଘ୍ର ଫସଲ ବୀମା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କ ସାହସ ଓ ଦୟା ଭାବପାଇଁ ବିଶେଷକରି ମତ୍ସ୍ୟଜୀବୀ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ଓ ରିଲିଫ୍‍ କାର୍ଯ୍ୟପାଇଁ ଅତିରିକ୍ତ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟକୁ ୩୮୧ କୋଟି ଟଙ୍କା ଅଗ୍ରୀମ ସହାୟତା ପ୍ରଦାନ କରିଥିଲେ।  ଶ୍ରୀ ମୋଦୀ ପୁରୀ, ଖୋର୍ଦ୍ଧା, କଟକ,ଜଗତ୍‍ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହିସବୁ ଜିଲ୍ଲାକୁ ମଧ୍ୟ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି ।

- Advertisement -

ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ ଅଫିସରମାନଙ୍କ ସହ ଏକ ବୈଠକରେ ରିଲିଫ୍‍ ଓ ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଗଣମାଧ୍ୟମ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପୁନଃ ନିର୍ମାଣ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାପାଇଁ କେନ୍ଦ୍ର
ସରକାର ପ୍ରତିଶ୍ରୁତିବଦ୍ଧ । ସୂଚନାଯୋଗ୍ୟ ଫନି ଘୂର୍ଣ୍ଣିଝଡ଼ ଓଡ଼ିଶାର ଉପକୂଳବର୍ତ୍ତୀ ଇଲାକାରେ ନାହିଁ ନ ଥିବା କ୍ଷତି ଘଟାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories