www.samajalive.in
Thursday, December 11, 2025
13.1 C
Bhubaneswar

ବୈଠକ ବିବାଦ: ମମତାଙ୍କ ମନ୍ତବ୍ୟକୁ ମିଛ କହିଲା କେନ୍ଦ୍ର

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ଯୋଗ ନ ଦେବା ନେଇ ମମତା ବାନାର୍ଜୀ ଯେଉଁ ସଫେଇ ଦେଇଥିଲେ ତାହାର ଜବାବ ରଖିଛି କେନ୍ଦ୍ର। ବୈଠକରେ ବିଳମ୍ବରେ ପହଞ୍ଚିବା ଓ ମାତ୍ର ୨୫ ମିନିଟ ରହି ପଳାଇ ଆସିବା ବାବଦରେ ମମତା କହିଥିଲେ ଯେ ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ କଥାହୋଇ ଫେରିବା ପୂର୍ବରୁ ସେ ଏଥିପାଇଁ ତିନି ଥର ଅନୁମତି ନେଇଥିଲେ ବୋଲି କହିଥିଲେ। କେନ୍ଦ୍ର ସରକାର ମଙ୍ଗଳବାର ଏହାକୁ ‘ମିଛ’ ବୋଲି ଦର୍ଶାଇଛନ୍ତି। ସମ୍ପୂର୍ଣ୍ଣ ଘଟଣା ବିଷୟରେ ବର୍ଣ୍ଣନା ପୂର୍ବକ କେନ୍ଦ୍ର ସରକାର ୯ ଧାରା ବିଶିଷ୍ଟ ପ୍ରତିବାଦ ପତ୍ର ପ୍ରକାଶ କରିଛନ୍ତି।

ବାତ୍ୟା ପରେ ଏହାର କ୍ଷୟକ୍ଷତି ସମୀକ୍ଷା ବୈଠକ ପାଇଁ ପୂର୍ବରୁ ମମତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅବଗତ କରାଯାଇଥିଲା। ମମତାଙ୍କୁ ଚାଲିଯିବା ପାଇଁ ପ୍ରଧାନମନ୍ତ୍ରୀ ଆଦୌ ଅନୁମତି ଦେଇ ନ ଥିଲେ; ବରଂ ସେ ବୈଠକ ବର୍ଜନ କରି ଚାଲିଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି ମମତା ଯାହା କହୁଛନ୍ତି ତାହା ମଧ୍ୟ ମିଛ। ମୋଦୀ କଲାଇକୁଣ୍ଡାରେ ୧.୫୯ରେ ପହଞ୍ଚିଥିଲେ; କିନ୍ତୁ ମମତା ୨.୧୦ରେ ପହଞ୍ଚିଥିଲେ। ବିମାନ ଅବତରଣ ସ୍ଥାନରୁ ବୈଠକ ସ୍ଥଳ ମାତ୍ର ୫୦୦ମିଟର ଦୂର। ମମତା ପ୍ରଧାନମନ୍ତ୍ରୀଙ୍କ ପ୍ରତି ନୈତିକ ସମ୍ମାନ ମଧ୍ୟ ପ୍ରଦର୍ଶନ କରି ନ ଥିଲେ। ମମତା ବୈଠକରେ ଯୋଗଦେବାର ଥିଲା; କିନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତି ଯୋଗୁଁ ସେ ମନ ପରିବର୍ତ୍ତନ କରିଥିବା ପ୍ରକାଶ। ମୁଖ୍ୟ ଶାସନ ସଚିବ ମଧ୍ୟ ନିଜର ସାମ୍ବିଧାନିକ କର୍ତ୍ତବ୍ୟ କରି ନାହାନ୍ତ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories