www.samajalive.in
Monday, December 8, 2025
14.1 C
Bhubaneswar

୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକମତ ଜନ୍‍ସନ୍‍-ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‍ସନ୍‍ଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଉଭୟ ନେତା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଆପୋଷ ସ୍ୱାର୍ଥ ପ୍ରସଙ୍ଗ ସମେତ କୋଭିଡ୍‍ ମହାମାରୀ ପାଇଁ ସହଯୋଗ ଓ ଏହି ମହାମାରୀ ବିରୁଦ୍ଧରେ ବିଶ୍ୱସ୍ତରୀୟ ଉଦ୍ୟମ ବିଷୟରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଆପୋଷ ସ୍ୱାର୍ଥ ବିଜଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏହି ବହୁମୁଖୀ ଶୀର୍ଷ ବୈଠକ ଅତ୍ୟନ୍ତ ସହାୟକ ହେବ ବୋଲି ଆଶା କରାଯାଉଛି। ବୈଠକରେ ୨୦୩୦ ମସିହା ପାଇଁ ବିସ୍ତୃତ ରୂପରେଖର ଶୁଭାରମ୍ଭ ହୋଇଛି ଯାହା ଦୁଇ ଦେଶ ମଧ୍ୟରେ ଆଗାମୀ ଦଶନ୍ଧିରେ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ଘନିଷ୍ଠ ଓ ସମ୍ପ୍ରସାରିତ କରିବ। ଏହି କ୍ଷେତ୍ରଗୁଡ଼ିକ ହେଲା ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ, ବାଣିଜ୍ୟ ଓ ସମୃଦ୍ଧି, ପ୍ରତିରକ୍ଷା ଏବଂ ନିରାପତ୍ତା, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା।


ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି ଯେ ଉଭୟ ପକ୍ଷ କୋଭିଡ-୧୯ ମହାମାରୀ ଉପରେ ଚାଲିଥିବା ସହଯୋଗ ବିଷୟରେ ଆଲୋଚନା କରିବା ସହ ପ୍ୟାରିସ୍ ଜଳବାୟୁ ଲକ୍ଷ୍ୟ ପୂରଣ କରିବା ପାଇଁ ଉଚ୍ଚାଭିଳାଷୀ ଜଳବାୟୁ କାର୍ଯ୍ୟ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖି ଏକ ବିସ୍ତୃତ ବାଣିଜ୍ୟ ଭାଗିଦାରୀର ଶୁଭାରମ୍ଭକୁ ମଧ୍ୟ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories