www.samajalive.in
Monday, December 8, 2025
14.1 C
Bhubaneswar

ବିଜେଡି, କଂଗ୍ରେସ ଉପରେ ବର୍ଷିଲେ ମୋଦୀ; ବିକାଶକୁ ଢାଲ କରି ଭୋଟ ମାଗିଲେ

ଭବାନୀପାଟଣା: ରାଜ୍ୟରେ ୧୯ ବର୍ଷର ବିଜେଡି ସରକାର ସମୟରେ ଦୁର୍ନୀତି ଓ ଭ୍ରାଷ୍ଟାଚାର ବୃଦ୍ଧି ପାଇଛି। ଉଭୟ ବିଜେଡି ଏବଂ କଂଗ୍ରେସ ଗରିବଙ୍କୁ ଆହୁରି ଗରିବ କରି ରଖିବାକୁ ଚାହୁଁଛନ୍ତି। ଗରିବଙ୍କୁ ଭୋଟ ବ୍ୟାଙ୍କ କରି ପ୍ରତିଥର ପ୍ରତାରଣା କରି ଚାଲିଛନ୍ତି। କିନ୍ତୁ ଗତ ୫ବର୍ଷରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଦେଶରେ ବିକାଶ ହୋଇଛି। ଓଡ଼ିଶାରେ ବି ଅନେକ ବିକାଶ ମୂଳକ କାର୍ଯ୍ୟ କରାଯାଇଛି। କିନ୍ତୁ ଏହା ମୋଦୀ କରିନାହାନ୍ତି। ଆପଣମାନଙ୍କ ଭୋଟ ବଳରେ ଏହା ସମ୍ଭବ ହୋଇପାରିଛି। ତେଣୁ ଏହି ବିକାଶ ଧାରାକୁ ଜାରି ରଖିବା ପାଇଁ ରାଜ୍ୟରେ ବିଜେପି ସରକାର ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ମଙ୍ଗଳବାର କଳାହାଣ୍ଡି ଜିଲାର ଭବାନୀପାଟଣାଠାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ମୋଦୀ ଯୋଗଦେଇ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିବା ସହ ବିକାଶକୁ ଢାଲ କରି ଭୋଟ ମାଗିବା ଅବସରରେ ଏହା କହିଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ ୨ୟ ଥର ପାଇଁ ଶ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି।

- Advertisement -

ସମାବେଶରେ ଶ୍ରୀ ମୋଦୀ ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଜଣାଇ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଏ ପ୍ରଧାନସେବକଙ୍କୁ ଆପଣ ୫ବର୍ଷ ସେବା କରିବାର ସୁଯୋଗ ଦେଇଛନ୍ତି। ଗତ ୫ବର୍ଷ ହେଲା ବିନା ଛୁଟିରେ କାମ କରିଚାଲିଛି। ଏ ଶରୀର ଦ୍ବାରା ଯେତେ ସମ୍ଭବ ସେତେ କାର୍ଯ୍ୟ କରିଛି। ଆପଣଙ୍କ ସହଯୋଗ ମିଳି ନ ଥିଲେ ମୁଁ ଏ କାର୍ଯ୍ୟ କରିପାରି ନ ଥାନ୍ତି। ଯାହା ସମ୍ଭବ ହୋଇଛି ତାହାର ଶ୍ରେୟ ଆପଣମାନଙ୍କୁ ଯାଉଛି। ଭଗବାନ ଜଗନ୍ନାଥ ଓ ଆପଣଙ୍କ ଆଶୀର୍ବାଦରୁ ଏସବୁ ହୋଇପାରିଛି। ଗତ ପଞ୍ଚାୟତ ନିର୍ବାଚନରେ ଆପଣମାନେ ପୂରା ସହଯୋଗ କରିଛନ୍ତି। ଗତ ୫ ବର୍ଷରେ ଓଡ଼ିଶାର ୮ ଲକ୍ଷ ପରିବାରକୁ ପକ୍କା ଘର ମିଳିଛି। ୨୪ ଲକ୍ଷ ଘରକୁ ମାଗଣା ବିଜୁଳି ସଂଯୋଗ ହୋଇଛି। ୩ ହଜାର ଗାଁକୁ ସ୍ବାଧୀନତା ପରେ ପ୍ରଥମ ଥର ବିଜୁଳି ମିଳିଛି। ୪୦ ଲକ୍ଷ ଗରିବଙ୍କୁ ମାଗଣା ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ଓଡ଼ିଶାର ୧ କୋଟି ୪୦ ଲକ୍ଷ ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି। ଓଡ଼ିଶାରେ ପ୍ରାୟ ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି।

କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ କହି ମୋଦୀ ପ୍ରଶ୍ନ କରିଥିଲେ ଏସବୁ କାମ କିଏ କରିଛି। ଆପଣମାନେ କହୁଛନ୍ତି ମୋଦୀ ଏସବୁ କରିଛି। କିନ୍ତୁ ତାହା ଭୁଲ। ମୋଦୀ ନୁହେଁ, ଏସବୁ କାମ ଆପଣଙ୍କ ମୂଲ୍ୟବାନ ଭୋଟ କରିଛି। ମୋଦୀ ନିମିତ୍ତମାତ୍ର, ମୋଦୀ କେବଳ ଜଣେ ସେବକ।

ରାଜ୍ୟ ସରକାରଙ୍କୁ ମୋଦୀ ଟାର୍ଗେଟ କରି କହିଥିଲେ, ଆପଣମାନେ ହିଁ ଆପଣଙ୍କ ଭାଗ୍ୟ ବିଧାତା। ୨୦୧୪ରେ ଏଠି ବିଜେପି ସରକାର ହୋଇଥିଲେ ବିକାଶ କାମ ଦ୍ରୁତଗତିରେ ଆଗେଇ ଯାଇଥାନ୍ତା। ଏଠି ବସିଥିବା ରାଜ୍ୟ ସରକାର ଆଦୌ ସହଯୋଗ କରୁନାହାନ୍ତି। ଏହା ସତ୍ବେ ମୁଁ ଆପଣଙ୍କ କାମ କରୁଛି। ଏଥର ଓଡ଼ିଶା ଏକ ଇତିହାସ ରଚିବାକୁ ଯାଉଛି। ଯାହା ତ୍ରିପୁରାରେ ହୋଇଛି ତାହା ଏଥର ଓଡ଼ିଶାରେ ହେବ। ଓଡ଼ିଶାରେ ଏଥର ବିଜେପି ସ ରକାର ହେବ ଏବଂ ଦିଲ୍ଲୀ ମଜଭୁତ ହେବ। ଭାରତର ନେତୃତ୍ଵ ଏଥର ଓଡ଼ିଶା ନେବ। ଆପଣମାନଙ୍କୁ ଆଗୁଆ ଶୁଭେଚ୍ଛା ବୋଲି ମୋଦୀ କହିଥିଲେ। ଯେଉଁ ବିକାଶ ଧାରା ୧୯ ବର୍ଷରେ ହୋଇନି ୫ବର୍ଷରେ ତାହା କରିଦେବୁ। କଂଗ୍ରେସ ଏବଂ ବିଜେଡି ଗରିବଙ୍କୁ ଗରିବ ରଖିବାକୁ ଚାହୁଁଛନ୍ତି। ଗରିବଙ୍କୁ ଭୋଟ ବ୍ୟାଙ୍କ କରି ପ୍ରତିଥର ଧୋକା ଦେଉଛନ୍ତି।

ସେହିପରି କଂଗ୍ରେସକୁ ଟାର୍ଗେଟ କରି ମୋଦୀ କହିଥିଲେ, କଂଗ୍ରେସର ଏତେବ ବର୍ଷ ଶାସନରେ ଆଦିବାସୀ ମନ୍ତ୍ରଣାଳୟ ନ ଥିଲା। ବାଜପେୟୀଙ୍କ ସରକାର ଆସିବା ପରେ ଆଦିବାସୀ ମନ୍ତ୍ରଣାଳୟ ହେଲା। ମତ୍ସ୍ୟଜୀବୀଙ୍କ ପାଇଁ ଆମ ସରକାର ସ୍ବତନ୍ତ୍ର ମନ୍ତ୍ରଣାଳୟ କରିଛି। ବନଧନ ଯୋଜନାରେ ବନଯାତ ଦ୍ରବ୍ୟର ଉଚିତ ମୂଲ୍ୟ ଆପଣଙ୍କୁ ମିଳିବ। ଏମଏସପି ୫୦ ପ୍ରତିଶତ ବୃଦ୍ଧି କରାଯିବା ସହ ବାଉଁଶ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories