www.samajalive.in
Monday, December 8, 2025
13.1 C
Bhubaneswar

ରାଷ୍ଟ୍ରପତିଙ୍କ ସମ୍ମାନ ଦୃଷ୍ଟିରୁ ପଦକ୍ଷେପ ନିଅନ୍ତୁ ନିର୍ବାଚନ କମିଶନ – ବିଜେପି

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ପାଇଁ ବିଜେପି ଜବାବ ରଖିଛି ଏବଂ ସମ୍ବିଧାନର ରକ୍ଷକଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ଉଚିତ ପଦକ୍ଷେପ ନେବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ଜି.ବି.ଏଲ. ନରସିଂହ ରାଓ କହିଛନ୍ତି, କଂଗ୍ରେସ ପାର୍ଟି ବହୁତ ତଳ ସ୍ତରକୁ ଯାଉଛି ଏବଂ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ରାଷ୍ଟ୍ରପତିଙ୍କ ପ୍ରତି ରାଜନୈତିକ ମନ୍ତବ୍ୟ ମଧ୍ୟ ଦେଇପାରୁଛି।

ସେ କହିଛନ୍ତି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ନେଇ ମିଛ ପ୍ରଚାର କରୁଛି। ସେ ଦଳିତ ହୋଇଥିବାରୁ ତାଙ୍କୁ ରାଷ୍ଟ୍ରପତି କରାଯାଇଛି ଭଳି କଂଗ୍ରେସର ମନ୍ତବ୍ୟ ନେଇ ବିଜେପି କଂଗ୍ରେସର କଡା ଭର୍ତ୍ସନା କରିବା ସହ ପ୍ରଶ୍ନ କରିଛି ଯେ, ସମାଜ ନାଁରେ ଜଣେ ସମର୍ଥ ଓ ଯୋଗ୍ୟ ବ୍ୟକ୍ତିଙ୍କୁ କଂଗ୍ରେସ ସାରା ବିଶ୍ୱରେ ବଦନାମ କରୁଛି। ବିଜେପି ମୁଖପାତ୍ର କହିଛନ୍ତି, କଂଗ୍ରେସର ଏହି ଦଳିତ ବିରୋଧୀ ମାନସିକତାର ଜବାବ ଲୋକେ ଆଗାମୀ ଦିନରେ ଦେବେ। ସେ କହିଛନ୍ତି, ନିର୍ବାଚନ କମିଶନ ନିଜ ଆଡୁ ଏହି ମାମଲାରେ ପଦକ୍ଷେପ ନେବା ଆବଶ୍ୟକ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories