www.samajalive.in
Saturday, December 6, 2025
26.1 C
Bhubaneswar

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା ପ୍ରଥମ ଦାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଗଠିତ ଟ୍ରଷ୍ଟକୁ ଦାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମନ୍ଦିର ତିଆର ପାଇଁ ମୋଦୀ ସରକାର ନବଗଠିତ ଟ୍ରଷ୍ଟକୁ ୧ ଟଙ୍କା ଦାନ କରିଛନ୍ତି। ଗୃହ ମନ୍ତ୍ରଣାଳୟର ସଚିବ ଡି. ମୁର୍ମୁ ସରକାରଙ୍କ ତରଫରୁ ଏହି ଦାନ କରିଛନ୍ତି। ଟ୍ରଷ୍ଟ ବିନା କୌଣସି ସର୍ତ୍ତରେ ଦାନ, ଅନୁଦାନ, ଚାନ୍ଦା, ସହାୟତା, ନଗଦ ଟଙ୍କା କିମ୍ବା ଅସ୍ଥାବର ସମ୍ପତ୍ତି ଦାନ ଆକାରରେ ଗ୍ରହଣ କରିପାରିବ।

ଅଯୋଧ୍ୟା ବିବାଦ ମାମଲାରେ ହିନ୍ଦୁ ପକ୍ଷର ମୁଖ୍ୟ ଓକିଲ ଥିବା ୯୨ ବର୍ଷୀୟ ପରାସରନଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ରଖାଯାଇଛି। ଏହି ଟ୍ରଷ୍ଟରେ ପରାସରନଙ୍କ ବ୍ୟତୀତ ଜଣେ ଶଙ୍କରାଚାର୍ଯ୍ୟଙ୍କ ସମେତ ୫ ସଦସ୍ୟ ଧର୍ମଗୁରୁ ଟ୍ରଷ୍ଟରେ ସାମିଲ ଅଛନ୍ତି। ଏହା ସହିତ ଅଯୋଧ୍ୟା ରାଜ ପରିବାରର ରାଜା ବିମଳେନ୍ଦ୍ର ପ୍ରତାପ ମିଶ୍ରା, ଅଯୋଧ୍ୟାର ହୋମିଓପାଥି ଡାକ୍ତର ଅନିଲ ମିଶ୍ରା ଏବଂ ଜିଲାପାଳ ଟ୍ରଷ୍ଟି ରହିବେ।

- Advertisement -

ସୂଚନାଯୋଗ୍ୟ, ୩୦ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାରର ଅନୁମତି କ୍ରମେ ୧୯୮୯ ନଭେମ୍ବର ୯ରେ ପ୍ରସ୍ତାବିତ ରାମ ମନ୍ଦିରର ଭିତ୍ତପ୍ରସ୍ତର ପଡ଼ିଥିଲା। ଶିଳାନ୍ୟାସ ପାଇଁ ବିଶ୍ଵ ହିନ୍ଦୁ ପରିଷଦର ତତ୍କାଳୀନ ଯୁଗ୍ମ ସଚିବ କାମେଶ୍ଵର ଚୌପାଲ ପ୍ରଥମ ଇଟା ପକାଇଥିଲେ। ଚୌପାଲଙ୍କ ଘର ବିହାରରେ ଏବଂ ସେ ଦଳିତ ସମ୍ପ୍ରଦାୟର ଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories