କଟକ: ବର୍ତ୍ତମାନ ସମୟରେ ‘କରୋନା’ ଭୂତାଣୁକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଓଡ଼ିଶାରେ ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକ ଏସସିବି ମେଡିକାଲରେ ଚଳିତବର୍ଷ ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସ୍ବାଇନ୍ ଫ୍ଲୁ ସନ୍ଦେହରେ ୩ ଜଣ ଆକ୍ରାନ୍ତ ଏସସିବିରେ ଭର୍ତ୍ତି ହୋଇଥିଲେ। ରକ୍ତ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ଜଣକ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଅନ୍ୟ ୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଆକ୍ରାନ୍ତଙ୍କ ଘର ଢେଙ୍କାନାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି।
Popular Categories



