www.samajalive.in
Saturday, December 6, 2025
26.1 C
Bhubaneswar

‘କରୋନା’ରେ ଗଲାଣି ୫୬୩ ଜୀବନ, ସେନାର ସହାୟତା ଲୋଡ଼ିଲେ ଜିନ୍‌ପିଙ୍ଗ

ବେଜିଂ: ଚୀନରେ ଭୟଙ୍କର ‘କରୋନା’ ଭାଇରସ ମହାମାରୀ ରୂପ ନେଇଛି। କରୋନା ଯୋଗୁ ଗୋଟିକ ପରେ ଗୋଟିଏ ୫୬୩ ଜୀବନ ଚାଲିଗଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୮ରେ ପହଞ୍ଚିଲାଣି।ଏହାକୁ ରୋକିବା ଚୀନ ସରକାରଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ିଛି। ଦେଶରେ କରୋନାକୁ ନେଇ ଉପୁଜିଥିବା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ବୋଲି ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ କହିଛନ୍ତି।

ଚୀନ ଜାତୀୟ ସ୍ବାସ୍ଥ୍ୟ ଆୟୋଗ ସୂଚନା ଅନୁସାରେ, ବୁଧବାର ୭୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ କେବଳ ୭୦ ଜଣ ହୁବେଇ ପ୍ରଦେଶର ରାଜଧାନୀ ଉହାନ ସହରର। ବର୍ତ୍ତମାନର ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଏକପ୍ରକାର ଅସହାୟ ହୋଇପଡ଼ିଛନ୍ତି। ସେ କହିଛନ୍ତି, କରୋନାରୁ ଲୋକଙ୍କୁ ରକ୍ଷା କରିବା ଏବଂ ଏହାକୁ ନିୟନ୍ତ୍ରଣ କରିବାର ସ୍ଥିତି ସଙ୍କଟପୂର୍ଣ୍ଣ ରହିଛି। ଭୂତାଣୁକୁ ରୋକିବା ଏବଂ ଏହାକୁ ନିୟନ୍ତ୍ରଣାଧୀନ କରିବା ଲାଗି ଆଇନଗତ, ବୈଜ୍ଞାନିକ ଏବଂ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି। କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ କମିଟି ବୈଠକରେ ଜିନପିଙ୍ଗ ଏହା କହିଛନ୍ତି।

- Advertisement -

ସେନାକୁ ଦାୟିତ୍ଵ ଦେଲେ ରାଷ୍ଟ୍ରପତି

କରୋନ ଭୂତାଣୁକୁ ନେଇ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ଚୀନ ସରକାର ସେନାର ସହାୟତା ଲୋଡ଼ିଛନ୍ତି। ରାଷ୍ଟ୍ରପତି ଜିନପିଙ୍ଗ ଚୀନ ସେନା, ପିପୁଲ୍ସ ଲିବରେଶନ ଆର୍ମି(ପିଏଲଏ)କୁ ଏହି ମହାମାରୀକୁ ରୋକିବା ଲାଗି ଦାୟିତ୍ଵ ପ୍ରଦାନ କରିଛନ୍ତି। ଜିନପିଙ୍ଗ କହିଛନ୍ତି, ସେନାକୁ ବୁଝିବାକୁ ପଡ଼ିବ ଯେ ପରିସ୍ଥିତି ବହୁତ କଠିନ ଏବଂ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି। ପିଏଲଏକୁ ନିଜର ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ଆଦେଶକୁ ପାଳନ କରିବାକୁ ପଡ଼ିବ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories