www.samajalive.in
Saturday, December 13, 2025
26.1 C
Bhubaneswar

ରାଜଧାନୀରେ ହେବ ଛାୟା ବିଧାନ ସଭା, ଯୋଗଦେବେ ରାଜ୍ୟର ସବୁ ଜିଲାର ପ୍ରତିନିଧି

ଭୁବନେଶ୍ବର: ଓଡିଶାରେ ପ୍ରଥମଥର ପାଇଁ ରାଜନୈତିକ ପ୍ରକ୍ରିୟାରେ ଯୁବ ଯୋଗଦାନକୁ ବୃଦ୍ଧି କରିବା ପାଇଁ ଆଇକନିକ୍ ଟ୍ରାନ୍ସଫରର୍ମେସନ ପକ୍ଷରୁ ଯୁବ ସମ୍ମିଳନୀ ଆୟୋଜନ କରାଯିବ। ଏହି ଅବସରରେ ଛାୟା ବିଧାନସଭା ଅନୁଷ୍ଠିତ ହେବ ଏବଂ ଏଥିରେ ଅଂଶଗ୍ରହଣକାରୀ ସକ୍ରିୟ ଭାବେ ଭାଗ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିବେ ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆଇକନିକ୍ ଟ୍ରାନ୍ସଫର୍ମେସନ୍ ଯୁବ ସମ୍ମିଳନୀ ଯୁବପିଢ଼ିମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ଜଡିତ ହେବା ଏବଂ ବିଧାନସଭା ପ୍ରକ୍ରିୟା ବିଷୟରେ ବୁଝାଇବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରକାଶ କରାଯାଇଛି। ଭୁବନେଶ୍ବର ଠାରେ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ ଦୁଇଦିନ ବ୍ୟାପୀ ୟୁଥ୍ ଫର ନେସନର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତିଷ୍ଠାତା ତଥା ମେଣ୍ଟର ଡ.ଚିଦାତ୍ମିକା ଖଟୁଆଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ପ୍ରତିଷ୍ଠାତା ଡ.ସଞ୍ଜୟ ଚୌଧୁରୀ ଏବଂ ଶେଖ୍ ଅବଦୁଲ ସାମିମ୍, ଯୁବ ଆଇନଜୀବି ତଥା ୟୁଥ୍ ଫର ନେସନ୍ ଓଡିଶାର ସଭାପତି ଚନ୍ଦନ ମହାନ୍ତି ଓ ଆଇକୋନିକ୍ ଟ୍ରାନ୍ସଫରମେସନର ଉପସଭାପତି ଡ.ରଜନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ଆମ ସମାଜକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବକମାନଙ୍କୁ ସଶକ୍ତ କରିବା ପାଇଁ ଯୁବ ସମ୍ମିଳନୀ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ଏକ ପ୍ରକୃତ ବିଧାନସଭା ଅଧିବେଶନକୁ ଅନୁକରଣ କରିବ। ଏଥିରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିବେ ଏବଂ ଚିନ୍ତାମୁକ୍ତ ବାର୍ତ୍ତାଳାପରେ ଅଂଶଗ୍ରହଣ କରିବେ। ବିଲ୍ ପ୍ରସ୍ତାବ ଦେବେ ଏବଂ ଅନୁକରଣ କରାଯାଇଥିବା ବିଧେୟକ ଉପରେ ଭୋଟ୍ ଦେବେ। ଏହି ମକ୍ ବିଧାନସଭା ମାଧ୍ୟମରେ ଆମେ ଯୁବପିଢ଼ିମାନଙ୍କୁ ସେମାନଙ୍କର ମତାମତ ଦେବା, ସେମାନଙ୍କର ଧାରଣା ବାଣ୍ଟିବା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯୁବ ଛାୟା ବିଧାନସଭା କେବଳ ଯୁବକମାନଙ୍କ ମଧ୍ୟରେ ନାଗରିକ ଯୋଗଦାନକୁ ବୃଦ୍ଧି କରେ ନାହିଁ ବରଂ ସମାଜର ଗୁରୁତ୍ବ ପୂର୍ଣ୍ଣ ବିଷୟଗୁଡିକ ଉପରେ ସେମାନଙ୍କର ଆକାଂକ୍ଷା, ଚିନ୍ତା ଏବଂ ଦୃଷ୍ଟିକୋଣକୁ ମଧ୍ୟ ଆଲୋକିତ କରେ ବୋଲି କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories