www.samajalive.in
Saturday, December 6, 2025
26.1 C
Bhubaneswar

‘ମୋ ସ୍କୁଲ ଅଭିଯାନ’ ପାଣ୍ଠି ସଂଗ୍ରହରେ ଗଜପତି ରାଜ୍ୟରେ ପ୍ରଥମ

ପାରଳାଖେମୁଣ୍ଡି: ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଦାନ ସଂଗ୍ରହରେ ଗଜପତି ଜିଲା ସାରା ରାଜ୍ୟରେ ପ୍ରଥମ ହୋଇଛି। ୨୦୧୪ ମସିହା ୧୪ ତାରିଖରେ ଶିଶୁ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଗୁଡିକର ସର୍ବାଙ୍ଗୀନ ଉନ୍ନତି ପାଇଁ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀମାନେ ନିଜ ସାମର୍ଥ୍ୟ ଅନୁସାରେ ଆର୍ଥିକ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ। ଏଥିସହିତ ଯେତିକି ଟଙ୍କା ସଂଗ୍ରହ କରାଯିବ ତାର ଦୁଇଗୁଣ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତଦନୁସାରେ ଜିଲାରେ ଗତ ୩ବର୍ଷ ମଧ୍ୟରେ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ୫୬ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି । ଯାହାକି ରାଜ୍ୟରେ ସର୍ବାଧିକ। ଏନେଇ ଜିଲାପାଳ ଅନୁପମ ସାହା ଜିଲା ଶିକ୍ଷା ଅଧିକାରୀ, ବ୍ଳକ ଶିକ୍ଷା ଅଧିକାରୀ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ସରକାର ଜିଲାର ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ଏକ କୋଟି ୬୭ ଲକ୍ଷ ଟଙ୍କା ପ୍ରଦାନ କରିବେ। ସେହି ଟଙ୍କାରେ ଜିଲାରେ ୨୭୦ଟି ସ୍କୁଲରେ ବିଦ୍ୟୁତକରଣ, କୋଠା ମରାମତି, ଶୌଚାଳୟ ନିର୍ମାଣ, ସାଇକେଲ ଷ୍ଟାଣ୍ଡ ନିର୍ମାଣ ଭଳି ଛୋଟ ଛୋଟ କାମ କରାଯିବ ବୋଲି ସେ କହିଛନ୍ତି, ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ନିଜ ନିଜ ଅଞ୍ଚଳର ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ନିଜ ସାମର୍ଥ୍ୟରେ ଅନୁଦାନ କରିଥିଲେ। ସେହି କ୍ରମରେ କିଛି ଦିନ ତଳେ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମ ପାଇଁ ସ୍ଥାନୀୟ ଏରଗଲା ସାହିର ପଦ୍ମନାଭ ଗଜପତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଜିଲା ବିଜେଡି ସଭାପତି ପ୍ରଦୀପ ନାୟକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମୋ ସ୍କୁଲପାଣ୍ଠିକୁ ଦାନ କରିଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories