www.samajalive.in
Monday, December 8, 2025
24.1 C
Bhubaneswar

କର୍ଣ୍ଣାଟକ ବିଧାୟକଙ୍କ ଆୟ ସବୁଠୁ ଅଧିକ, ଛତିଶଗଡ଼ରେ ସବୁଠୁ କମ

ନୂଆଦିଲ୍ଲୀ : ଜନପ୍ରତିନିଧିଙ୍କ ଆୟ ମାମଲାରେ କର୍ଣ୍ଣାଟକ ବିଧାୟକମାନେ ସର୍ବାଗେ ରହିଥିବାବେଳେ ଛତିଶଗଡ଼ ବିଧାୟକ ସର୍ବନିମ୍ନରେ ଅଛନ୍ତି। କର୍ଣ୍ଣାଟକ ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ୧ କୋଟି ଟଙ୍କାରୁ ଅଧିକ ଓ ଛତିଶଗଡ଼ ବିଧାୟକଙ୍କ ବାର୍ଷିକ ହାରହାରି ଆୟ ମାତ୍ର ୫.୪ ଲକ୍ଷ ଟଙ୍କା। ସୋମବାର ଗଣତାନ୍ତ୍ରିକ ସଂସ୍କାର ସଂଘ (ଏଡିଆର) ପକ୍ଷରୁ ପ୍ରକାଶିତ ଏକ ଅଧ୍ୟକ୍ଷନ ରିପୋର୍ଟରୁ ଏହି କଥା ପଦାକୁ ଆସିଛି। ଅଧ୍ୟୟନ ରିପୋର୍ଟ ଅନୁସାରେ ପୁରୁଷ ବିଧାୟକ ଏବଂ ମହିଳା ବିଧାୟିକାଙ୍କ ଆୟରେ ଏକ ବଡ଼ ପ୍ରାର୍ଥକ୍ୟ ଦେଖିବାକୁ ମିଳିଛି। ମହିଳା ବିଧାୟିକଙ୍କ ତୁଳନାରେ ପୁରୁଷ ବିଧାୟକଙ୍କ ଆୟ ଦ୍ୱିଗୁଣା ଅଧିକ ରହିଛି। ଯେଉଁ ବିଧାୟକ ନିଜକୁ ଅଶିକ୍ଷିତ ଦର୍ଶାଇଛନ୍ତି ସେମାନଙ୍କ ବାର୍ଷିକ ହାରାହାରି ଆୟ ୯.୩୧ ଲକ୍ଷ ଟଙ୍କା ଓ ଦେଶର ସମସ୍ତ ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ୨୪.୫୯ ଲକ୍ଷ ଟଙ୍କା। ମୋଟ ବିଧାୟକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବିଧାୟକ ନିଜକୁ କୃଷକ କିମ୍ବା ବ୍ୟବସାୟୀ ଦର୍ଶାଇଛନ୍ତି। ଦେଶର ୪,୦୮୬ ବିଧାୟକଙ୍କ ମଧ୍ୟରୁ ୩,୧୪୫ ବିଧାୟକଙ୍କ ଦ୍ୱାରା ନିର୍ବାଚନ ସମୟରେ ଦାଖଲ ସତ୍ୟପାଠକୁ ବିଶ୍ଲେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଏଡିଆର ପକ୍ଷରୁ କୁହାଯାଇଛି। ତେବେ ୯୪୧ ବିଧାୟକ ନିଜର ଆୟ ଘୋଷଣା କରିନାହାନ୍ତି। ୩,୧୪୫ ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ୨୪.୫୯ଲକ୍ଷ ଟଙ୍କା। ଦକ୍ଷିଣ ଭାରତର ୭୧୧ ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ୫୧.୯୯ ଲକ୍ଷ ଟଙ୍କା ରହିଛି। ପୂର୍ବ ଭାରତର ୬୪୧ ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ୮.୫୩ ଲକ୍ଷ ଟଙ୍କା। କର୍ଣ୍ଣାଟକର ୨୦୩ ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ୧୧୧.୪ ଲକ୍ଷ ଟଙ୍କା। ଏହା ପଛକୁ ମହାରାଷ୍ଟ୍ର ବିଧାୟକଙ୍କ ଆୟ ୪୩.୪ କୋଟି ଟଙ୍କା। ଅଧ୍ୟୟନରେ ସାମିଲ ୭୭୧ ବିଧାୟକ ନିଜକୁ ବ୍ୟବସାୟୀ ଏବଂ ୭୫୮ ବିଧାୟକ ନିଜକୁ ଚାଷୀ ବୋଲି ଦର୍ଶାଇଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories