www.samajalive.in
Wednesday, December 10, 2025
18.1 C
Bhubaneswar

ପୁଲିସ-ଆଇନଜୀବୀ ବିବାଦ: କ୍ରାଇମବ୍ରାଞ୍ଚ ଡିଆଇଜି କରିବେ ତଦନ୍ତ

କଟକ : ଆଇନଜୀବୀ-ପୁଲିସ ବିବାଦର ତଦନ୍ତ କ୍ରାଇମବ୍ରାଞ୍ଚ ଡିଆଇଜି କରିବେ। ମଙ୍ଗଳବାର ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏହି ଘଟଣାର ତଦନ୍ତ ଡିଏସ୍‌ପି ପାହ୍ୟାର ଜଣେ ପୁଲିସ ଅଧିକାରୀ କରୁଛନ୍ତି। ଇତିମଧ୍ୟରେ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ତଦନ୍ତର ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯାଇ ନଥିବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ହାଇକୋର୍ଟ ବାର ଆସୋସିଏସନ ବୈଠକରେ ନିଷ୍ପତ୍ତି ନିଆଯାଇଛି।  ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ ଏହି ସୂଚନା ଦେଇଛନ୍ତି।

- Advertisement -

ଉକ୍ତ ଘଟଣାକୁ ନେଇ ଗଠିତ ଆକ୍ସନ କମିଟି ଆଇନମନ୍ତ୍ରୀଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଗୁରୁବାର ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବାର ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ କୌଣସି ଅଦାଲତରେ ଶୁଣାଣି ହୋଇପାରୁନାହି। ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଶ୍ରୀ ମହାନ୍ତି, ଉପସଭାପତି ବଂଶୀଧର ଶତପଥୀ, ଯୁଗ୍ମ ସଂପାଦକ ରଞ୍ଜନ ନାୟକ, ପ୍ରଦୀପ କୁମାର ମହାନ୍ତି, ସୁରେଶ କୁମାର ଜେନା, ସୁଲୋଚନା ପାତ୍ର, ପୃଥିବୀ ରାଜ, ସୁମିତ ଶେଖର ପଟ୍ଟନାୟକ, ସତ୍ୟନାରାୟଣ ମିଶ୍ର ଉପସ୍ଥିତ ଥିଲେ।

ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାରେ ପୁଲିସ ଆଇନଜୀବୀଙ୍କୁ ଆକ୍ରମଣ କରିଥିଲା। ଏହି ଘଟଣାର ପ୍ରତିବାଦରେ  ୨୯ରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଓଡ଼ିଶା ନୋଟାରି ମହାସଂଘ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ କରିଛି। ସଂଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ସଂଘମିତ୍ର ବେହେରା, ଉପସଭାପତି ଦୀପକ ମହାନ୍ତି, ଯୁଗ୍ମ ସଂପାଦକ ଅରୁଣ କୁମାର ମଲ୍ଲିକ, କାର୍ଯ୍ୟକାରୀ ସଦସ୍ୟ ବିଷ୍ଣୁପ୍ରିୟା ବେହେରା ଆଲୋଚନା କରି ଧର୍ମଘଟକୁ ସମର୍ଥନ ପାଇଁ ନିଷ୍ପତ୍ତି ନେଇଛନ୍ତି। କ୍ରିମିନାଲ ବାର ଆସୋସିଏସନ, କଟକ ବାର ଆସୋସିଏସନ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା। ଆଇନଜୀବୀମାନେ ଜିଲାପାଳ, ଆରଡିସି ଅଫିସ, ତହସିଲ, ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି କାର୍ଯ୍ୟାଳୟ ବନ୍ଦ ପାଇଁ ଅନୁରୋଧ କରିଥିଲେ।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories