www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରୀଲଙ୍କାରେ ବିମାନ ବନ୍ଦର ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ : ଭାରତ ମହାସାଗରରେ ଚୀନର ପାଦୁର୍ଭାବକୁ ବୃଦ୍ଧିକୁ ପ୍ରତିହତ କରିବା ପାଇଁ ଭାରତ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଏହି କ୍ରମରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଶ୍ରୀଲଙ୍କାର ପାଲାଲୟ ବିମାନ ବନ୍ଦର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ନିଜର ଘରୋଇ ପ୍ରତିପକ୍ଷ ଜିଏମ୍‍ଆର ଏବଂ ଜିଭିକେ କମ୍ପାନୀ ଭଳି ବିଦେଶରେ ବିମାନ ବନ୍ଦର ନିର୍ମାଣ କରିବା ଏଏଆଇ ଶ୍ରୀଲଙ୍କାକୁ ଚୟନ କରିଛି। ସାମରିକ ଦୃଷ୍ଟି କୋଣରୁ ଏହି ବିମାନ ବନ୍ଦର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥି ନିମନ୍ତେ ଏଏଆଇ ଏବଂ ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ବିମାନ ବନ୍ଦର ବିକାଶ ପାଇଁ ଏଏଆଇ ଖୁବଶୀଘ୍ର ବିଦେଶ ମନ୍ତ୍ରାଳୟକୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ। ସୂଚନା ଅନୁସାରେ ଏଏଆଇ ଭାରତର ମେଟ୍ରୋ, ଅଣମେଟ୍ରୋ ସହରରେ ସେ ୬୦ରୁ ଅଧିକ ବିମାନ ବନ୍ଦର ନିର୍ମାଣ କରିଛନ୍ତି। ସୂଚନା ଅନୁସାରେ ପାଲାଲୟ ଶ୍ରୀଲଙ୍କାର ଉତ୍ତରାଞ୍ଚଳର ଜାଫନାଠାରେ ଅବସ୍ଥିତ। ଏଏଆଇ ପାଲାଲୟଠାରେ ବିମାନ ବନ୍ଦର ବିକାଶ କରିବ। ଏହାସହ ଏହା ଉତ୍ତର ଶ୍ରୀଲଙ୍କାର ପ୍ରଥମ ବିମାନ ବନ୍ଦରରେ ପରିଣତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories