ବଲାଙ୍ଗୀର : କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଯିବା ଘଟଣାରେ ପାଟଣାଗଡ଼ର ବିଜେଡ଼ି ବିଧାୟକ ସରୋଜ ମେହେର ଦୁଃଖ ପ୍ରକାଶ କରିବା ସହ ନିଜ ପ୍ରତିକ୍ରିୟା ରଖିଛନ୍ତି। ପରିସ୍ଥିତକୁ ଦେଖି ଏପରି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ବଲାଙ୍ଗୀର ଜିଲା ପାଟଣାଗଡ଼ ନବ ନିର୍ବାଚିତ ବିଧାୟକ ସରୋଜ ମେହେର ଜଣେ ସରକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।
ଏହାକୁ ନେଇ ସରୋଜ କହିଛନ୍ତି ଯେ, ନିମ୍ନମାନର ରାସ୍ତାକାମରେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଲୋକ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ ଆସିଥିଲେ। ସେହି ସମୟରେ ପରିସ୍ଥିତିକୁ ଶାନ୍ତ କରାଇବା ପାଇଁ ସେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ହେବାକୁ କହିଥିଲେ। ଏପରିକି କାର୍ଯ୍ୟାନୁଷ୍ଠାନ ଦାବି ନେଇ ତାଙ୍କ ଉପରେ ମଧ୍ୟ ଆକ୍ରମଣର ଆଶଙ୍କା ଥିଲା ବୋଲି ସରୋଜ କହିଛନ୍ତି। ସେ ଉକ୍ତ ଘଟଣା ପାଇଁ ଦୁଃଖିତ ବୋଲି କହିଛନ୍ତି।



