ମାଲକାନଗିରି : ଦେହ ବେପାର ଚାଲିଥିବାବେଳେ ମାଡିବସିଲା ମାଲକାନଗିରି ପୁଲିସ୍ । ଦେହଜୀବୀ ସହ ଗ୍ରାହକ ଗିରଫ। ଜିଲ୍ଲା ସଦରରେ ଥିବା ପାତ୍ରଗୁଡାରେ ଏକ ଭଡା ଘରେ ଏହି ଦେହ ବ୍ୟାପାର ଚାଲିଥିବାବେଳେ ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇ ଙ୍କ ନେତୃତ୍ୱରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଏବଂ ଅନ୍ୟ ପୁଲିସ୍ କର୍ମଚାରୀମାନେ ଚଢ଼ାଉ କରିଥିଲେ। ତେବେ ଏହି ଦେହ ବେପାର ଅନେକ ଦିନ ଧରି ଏଠାରେ ଚାଲିଥିବା ବେଳେ ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ।
ଚଢ଼ାଉ ବେଳେ ଦୁଇ ଦେହଜୀବୀଙ୍କୁ ଏବଂ ଦୁଇ ଦେହ ବେପାରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ରେ ଜଣେ ପୁରୁଷ ମାଷ୍ଟର ମାଇଣ୍ଡ ସହ ରାଣୀ ମହୁମାଛି ମଧ୍ୟ ଗିରଫ ହୋଇଛି। ତେବେ ଏହି ରାଣୀ ମହୁମାଛି ପୂର୍ବରୁ ମଧ୍ୟ ଥରେ ଗିରଫ ହୋଇଥିବା ଜଣାପଡିଛି। ସେହିପରି ଗିରଫ ଦୁଇ ଦେହଜୀବୀ ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ଗିରଫ ଗ୍ରାହକମାନେ ଛତିଶଗଡ଼ ସୁକୁମା ଜିଲ୍ଲାର ବୋଲି ଜଣାପଡିଛି।
ମାଲକାନଗିରିରୁ ଦୁଇ ଦେହଜୀବୀ ଓ ୨ ଗ୍ରାହକ ଗିରଫ
Popular Categories



