ବାସୁଦେବପୁର: ବାସୁଦେବପୁର ବ୍ଲକ ନାଇକାଣିଡିହ ଥାନା ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ଛତ୍ରପଦା ଗ୍ରାମରେ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ଘର ଜଳିଯାଇଛି। ତେବେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ରବିବାର ଭୋର ପ୍ରାୟ ସାଢ଼େ ୩ଟା ସମୟରେ ସିମିଳା ମଳିକଙ୍କ ଚାଳଛପର ଘରେ ନିଆଁ ଲାଗିଯାଇଥିଲା। ଖବରପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ମାତ୍ର ସେତେବେଳକୁ ସବୁ ପୋଡି ଯାଇଥିଲା। କେହି ଅଜଣା ବ୍ୟକ୍ତି ଘରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ସାଲଖାନ ମୁର୍ମୁ ଜଣାଇଛନ୍ତି।
Popular Categories



