ଜେକେପୁର(ରାୟଗଡା): ମଣିିଷ ସମାଜରେ ମାନବିକତା ହଜିଯାଇଛି ଦୁଷ୍କର୍ମ ବଢ଼ିଯାଇଛି l ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାନ୍ଦିଲି ଥାନା ଅନ୍ତର୍ଗତ ଜକେପୁର ସହରରେ ଏହିଭଳି ଘଟଣା ଘଟିଛି l ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତି ୧୪ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଟକ ଅଛନ୍ତି l ଚାନ୍ଦିଲି ଥାନର ସୂଚନା ଅନୁଯାଇ ଭଗବାନ ପଣ୍ଡା ନାମକ ଏକ ବ୍ୟକ୍ତି ନାବାଳିକା ଝିଅର ସରଳତାର ସୁଯୋଗ ନେଇ ଦୁଷ୍କର୍ମ କରିଥିଲେ l ଏନେଇ ଝିଅର ପରିବାର ପକ୍ଷରୁ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ ରୁଜୁ ହୋଇଥିଲା l ଅଭିଯୁକ୍ତକୁ ଗିରିଫ କରି ଥାନାରେ ଅଟକ ରଖାଯାଇଛି। ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନ ଅଧିକାରୀ ତଥା ତଦନ୍ତ ଅଧିକାରୀ ବିଜୟଲକ୍ଷ୍ମୀ ହିକକା ପ୍ରକାଶ କରିଛନ୍ତି l
ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରିଫ
Popular Categories



