ଗୁରୁଡିଝାଟିଆ: ମେଦିନପୁରରୁ ନିଜ ସମ୍ପର୍କୀୟଙ୍କ ସହିତ ଘଣ୍ଟିଖାଲ ଆସିଥିବା ସେକ୍ ସୋଏବ ନାମକ ନାବାଳକ ନିଖୋଜ ହୋଇଯାଇଥିବା ନେଇ ଏକ ଅଭିଯୋଗ ଖୁଣ୍ଟୁଣି ଥାନାରେ ହୋଇଛି। ଏନେଇ ପୋଲିସ ତଦନ୍ତ ଚଳାଇଛି। ଘଣ୍ଟିଖାଲ ଶବର ସାହିର ମଞ୍ଜୁଳା ବିବିଙ୍କର କୋଲକତାର ମେଦିନପୁରରେ ବିବାହ ହୋଇଛି। ନିଜ ବାପଘରକୁ ନାବାଳକ ଭଣଜାକୁ ନେଇ କିଛି ଦିନ ତଳେ ଆସିଥିଲେ। ନାବାଳକଟି ଘଣ୍ଟିଖାଲ ରେଳଷ୍ଟେସନ ଓ ଏହାର ଆଖପାଖ ଅଞ୍ଚଳରେ ବୁଲୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଛି। ପରିବାର ସଦସ୍ୟ ନାବାଳକଟିକୁ ନପାଇ ଥାନାରେ ଅଭିଯୋଗ କରିଛନ୍ତି।
Popular Categories



