www.samajalive.in
Sunday, December 7, 2025
16.1 C
Bhubaneswar

ଅଟ୍ରି ଉଷ୍ଣ ପ୍ରସ୍ରବଣରେ ଗୁଆ ଖୋଜିଲେ ମାନସିକଧାରୀ ମହିଳା

ବେଗୁନିଆ :  ଖୋର୍ଦ୍ଧା ଜିଲ୍ଲା ବାଘମାରି ପଞ୍ଚାୟତ ଅନ୍ତର୍ଗତ ଅଟ୍ରି ସ୍ଥିତ ବାବା ହଟକେଶ୍ୱର ପୀଠ ତଥା ଏକାଦଶ ରୁଦ୍ରଙ୍କ ପୀଠ ଓ ଉଷ୍ଣ ପ୍ରସ୍ରବଣ ପର୍ଯ୍ୟଟନ କ୍ଷେତ୍ରରେ ପ୍ରସିଦ୍ଧ ଲାଭ କରିଛି । ଏଠାରେ ମୁଖ୍ୟତଃ ପ୍ରତିବର୍ଷ ଭଳି  ଏହି ବର୍ଷ ମକର ମେଳା କରୋନା ଯୋଗୁଁ ଫିକା ପଡି ଯାଇଥିବା ବେଳେ ପ୍ରତୀକାତ୍ମକ ଭାବରେ ସମସ୍ତ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ଏହି ମେଳାର ବିଶେଷତ୍ବ ହେଉଛି ପୁରାଣ ବର୍ଣ୍ଣିତ ଅନୁଯାଇ କାମଦେବ ଏଠାରେ ଶିବଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଏକ ଶର ମାରିଥିଲେ । ଯାହାଫଳରେ ଶିବଙ୍କ ତପସ୍ୟା ଭଙ୍ଗ ହେବାରୁ ତାଙ୍କ ତୃତୀୟ ନେତ୍ରରୁ ଅଗ୍ନି ସ୍ଫୁରିତ ହୋଇ କାମଦେବଙ୍କୁ ଦହନ କରିଦେଇଥିଲା । ସେହି ସ୍ଥାନଟି ଏବେ କାମ ଦହନ କୁଣ୍ଡଟି ଏବେ ଅପଭ୍ରଂଶ ହୋଇ କୁଆକୁଣ୍ଡ ନାମରେ  ସର୍ବସାଧାରଣରେ ପରିଚିତ ହୋଇଛି । ଏଠାରେ ମକର ସଂକ୍ରାନ୍ତି ଦିନ ଅପୁତ୍ରିକ ନାରୀମାନେ ପୁତ୍ର ସନ୍ତାନପ୍ରାପ୍ତି  ପାଇଁ ପବିତ୍ର ମନରେ ମାନସିକ କରି ଭୋର ୪ଘଟିକା ସମୟରେ  ଅଟ୍ରି ଉଷ୍ଣ ପ୍ରସ୍ରବଣ ଠାରେ ଥିବା ଶୁଦ୍ଧପୁତ ଭାବରେ ମାନସିକ କୁଣ୍ଡରେ ବୁଡ଼ ପକାଇ ଗୁଆ ଖୋଜିବା କାର୍ଯ୍ୟ ଆରମ୍ଭ କରିଥାନ୍ତି । ଯାହାକି ମାନସିକ ଧାରୀ ମହିଳା ମାନେ ପୁତ୍ର ସନ୍ତାନ ଲାଭ କରିଥାନ୍ତି  ବୋଲି ବିଶ୍ୱାସ ରହିଛି ।ଆଜି ହଟକେଶ୍ୱରଙ୍କ  ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ କରୋନା କଟକଣା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରି ଲମ୍ବା ଲାଇନ କରି ପ୍ରଭୁଙ୍କ ଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories