ପାଟଣା : ସମାଜ କଲ୍ୟାଣ ବିଭାଗ ପରିଚାଳିତ ପାଟଣା ବ୍ଲକ ଚିଲିଦା ବାଳିକା ଉଚ୍ଚ ବିଦ୍ୟାଳୟକୁ ଆଜି ଏସଟି, ଏସସି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥାର ତଦାରଖ କରିଛନ୍ତି। ତାଙ୍କ ସହ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାଏକ, ବିଧାୟକ ବଦ୍ରି ନାରାୟଣ ପାତ୍ର, ବିଧାୟକ ଭାଗୀରଥି ସେଠୀ, ବିଧାୟକ ଜଗନ୍ନାଥ ନାଏକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ପ୍ରମୁଖ ଏହି ଗସ୍ତ କ୍ରମରେ ସାମିଲ ରହି ଏଠାରେ ପାଠ ପଢ଼ା ବ୍ୟବସ୍ଥା ଛାତ୍ରୀ ନିବାସ ପରିଚାଳନା, କୋଭିଡ଼ ନିୟମ ପାଳନ ଆଦିର ତଦାରଖ କରିଥିଲେ।
Popular Categories



