www.samajalive.in
Saturday, December 6, 2025
16.1 C
Bhubaneswar

ବୃଦ୍ଧା ଜେଜେମାଆ କାନ୍ଧରେ ୩ ନାତି-ନାତୁଣୀଙ୍କ ବୋଝ

ହରଭଙ୍ଗା : ସରକାର ଅସହାୟ ନିରାଶ୍ରୟଙ୍କ ଥଇଥାନ ପାଇଁ ବିଭିନ୍ନ ସହାୟତ କେନ୍ଦ୍ର ଖୋଲିବା ସହିତ ଗରିବ ଅସହାୟ ଶିଶୁଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରିଜନ/ଆଦିବାସୀ ବହୁଳ ଛତ୍ରଙ୍ଗ ପଂଚାୟତର ଧୁଙ୍ଗିଆମୁଣ୍ଡା ଗ୍ରାମର ଜଣେ ୬୦ବର୍ଷିୟା ବୃଦ୍ଧା ଜେଜେ ମାଆ କାନ୍ଧରେ ତିନି ତିନୋଟି କୋମଳମତି ନାତିନାତୁଣୀ ବୋଝ ଘଟଣାକୁ ଲକ୍ଷ୍ୟ କଲେ ସରକାରଙ୍କ ସବୁ ଯୋଜନା କାହାପାଇଁ ବୋଲି ପ୍ରଶ୍ନ ଉଠେ ।

ପ୍ରକାଶ ଯେ, ଛତ୍ରଙ୍ଗ ପଂଚାୟତ ଧୁଙ୍ଗିଆମୁଣ୍ଡା ଗ୍ରାମର ରଞ୍ଜିତା ରାଜହଂସ ହରଭଙ୍ଗା ଥାନା ଅର୍ନ୍ତଗତ ରାଉତପଡା ଗ୍ରାମର ସ୍ୱର୍ଗତ ଭକ୍ତ ଚରଣ ରାଜହଂସଙ୍କୁ ବିବାହ କରିଥିଲେ। ସ୍ୱାମୀ ଫୁଲବାଣୀ କ୍ଷୁଦ୍ରଜଳସେଚନ ବିଭାଗରେ ଚାକିରି କରୁଥିବାରୁ ବିବାହ ପରେ ରଞ୍ଜିତା ନିଜ ସ୍ୱାମୀ ଏବଂ ଦୁଇ ପୁଅ ସୁବ୍ରତ ଓ ସତ୍ୟବ୍ରତଙ୍କୁ ନେଇ ଫୁଲବାଣୀରେ ରହୁଥିଲେ। ୨୦୧୦ ମସିହାରେ ସ୍ୱାମୀ  ଭକ୍ତଚରଣଙ୍କ ମୃତ୍ୟୁପରେ ରଞ୍ଜିତା ପିଲାମାନଙ୍କୁ ଧରି ନିଜ ଶଶୁରଘର ଗାଁ ରାଉତପଡାକୁ ଫେରିଥିଲେ। ମାତ୍ର ସ୍ୱାମୀଙ୍କ ଭୂ-ସଂପତି ବିବାଦକୁ ନେଇ ରଞ୍ଜିତା ସେଠାରୁ ଚାଲି ଆସି ନିଜ ଗାଁ ଧୁଙ୍ଗିଆମୁଣ୍ଡାରେ ବଡପୁଅ ବୋହୁ ନାତି ନାତୁଣୀଙ୍କ ସହ ରହୁଥିଲେ। ୨୦୧୮ ମସିହାରେ ବଡ ପୁଅ ସୁବ୍ରତଙ୍କ ପନ୍ତ୍ରୀ ତିନି ପୁଅ, ଝିଅଙ୍କୁ ଛାଡି କୁଆଡେ ଚାଲିଯିବା ପରେ ରଞ୍ଜିତାଙ୍କ ଦୁଃଖ କହିଲେ ନ ସରେ। ସ୍ତ୍ରୀ ଗଲା ପରେ ସୁବ୍ରତର ମାନସିକ ଅବସ୍ଥା ଠିକ ରହୁନାହିଁ। ଦୀର୍ଘ ୪ବର୍ଷ ହେଲା ତିନି ନାତି ନାତୁଣୀଙ୍କ ବୋଝ ମୁଣ୍ଡେଇଛନ୍ତି ରଞ୍ଜିତା। ଏ ପଟେ ସ୍ୱାମୀ ମଲାପରେ ତାଙ୍କର ପେନସନ ଟଙ୍କା ଏଯାଏଁ ମିଳିନଥିବା ସେ କହିଛନ୍ତି। ଅନ୍ୟପଟେ ମୁଣ୍ଡ ଗୁଞିବାକୁ ଘର ଖଣ୍ଡିଏ ନଥିବାରୁ ଅତି ଦୟନୀୟ ଅବସ୍ଥାରେ ତିନି ତିନୋଟି କୋମଳମତି ଶିଶୁଙ୍କୁ ନେଇ ଜୀବନ କାଟୁଛନ୍ତି। ଏଭଳି ଅବସ୍ଥାରେ ବୌଦ୍ଧ ଜିଲ୍ଲାପାଳ ଠାରୁ ଆରମ୍ଭ କରି ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କୁ ଗୁହାରୀ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି। ସରକାରୀ ସହାୟତା ଭାବେ ମାସକୁ ମିଳୁଥିବା ୫ କେ.ଜି ଚାଉଳ ,୫ଶହ ଭତ୍ତା ଟଙ୍କାରେ ଏମାନଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବା କଷ୍ଟକର ହୋଇପଡୁଛି। ଏଭଳି ଅସହାୟ ଅବସ୍ଥାରେ ଦିନ କାଟୁଥିବା ନିରାଶ୍ରୟ ରଞ୍ଜିତାଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସଚେତନ ନାଗରିକ ସୁଧିର ଦୀପ ଦାବି କରିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦୋବକୁ ଦାବି ହେଉଛି।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories