www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିରେ ମିଶିଲେ ମନ୍ତ୍ରୀ ବଚ୍ଚୁ ହାଂସଦା, ବିଧାୟକ ଗୌରୀ ଶଙ୍କର, ଅଭିନେତ୍ରୀ ରାଜଶ୍ରୀ

କଲକାତା: ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ଚାଲିଥିବା ଦଳବଦଳ କ୍ରମରେ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ମନ୍ତ୍ରୀ ବଚ୍ଚୁ ହାଂସଦା ଓ ବିଧାୟକ ଗୌରୀ ଶଙ୍କର ଦତ୍ତ ବିଜେପିରେ ଯୋଗ ଦେଇଛନ୍ତି। ଏହି ଦୁଇ ନେତାଙ୍କୁ ତୃଣମୂଳ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିବା ଲାଗି ଟିକଟ ଦିଆଯାଇ ନଥିଲା। ବଚ୍ଚୁ ଉତ୍ତର ବଙ୍ଗ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ଥିଲେ। ସେ ଦକ୍ଷିଣ ଦିନାଜପୁର ଜିଲାର ତପନ ଆସନରୁ ଦୁଇଥର ବିଧାୟକ ଥିଲେ। ସେହିପରି ଗୌରୀ ଶଙ୍କର ନଦିଆ ଜିଲା ତେହଟ୍ଟାରୁ ବିଧାୟକ ଥିଲେ। ତୃଣମୂଳ କଂଗ୍ରେସର ଏହି ଦୁଇ ନେତାଙ୍କ ବ୍ୟତୀତ ବେଙ୍ଗଲର ଅଭିନେତ୍ରୀ ରାଜଶ୍ରୀ ରାଜବଂଶୀ ଓ ଅଭିନେତା ବୋନି ସେନଗୁପ୍ତା ଆଜି ବିଜେପିରେ ମିଶିଛନ୍ତି। ତୃଣମୂଳ କଂଗ୍ରେସର ସାଂସଦ ପ୍ରତିମା ମଣ୍ଡଳଙ୍କ ସାନ ଭଉଣୀ ଜୟନ୍ତୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ତୃଣମୂଳ କଂଗ୍ରେସର ଅନେକ ମ୍ୟୁନିସିପାଲିଟିସ୍ତରୀୟ ଓ ଜିଲାସ୍ତରୀୟ ନେତା ବିଜେପିରେ ଯୋଗ ଦେଇଛନ୍ତି। ତେବେ ବୋନି ସେନଗୁପ୍ତାଙ୍କର ଘନିଷ୍ଠ ବନ୍ଧୁ ତଥା ଅଭିନେତା କୌଶାନି ମୁଖାର୍ଜୀ ନିକଟରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। କୌଶାନି କୃଷିନଗର ଉତ୍ତରର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଏପରି କି ବୋନି ସେନଗୁପ୍ତାଙ୍କ ମା’ ପ୍ରିୟା ​‌ସେନଗୁପ୍ତା ମଧ୍ୟ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପରଠାରୁ ତୃଣମୂଳ କଂଗ୍ରେସର ୨୬ ବିଧାୟକ ଓ ୨ଜଣ ସାଂସଦ ବିଜେପିରେ ଯୋଗ ଦେଇଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories