www.samajalive.in
Friday, December 5, 2025
23.1 C
Bhubaneswar

ବେଆଇନ୍‌ ପଥର ଖଣିରେ ଚଢାଉ: ୧୫ ଶହ ଟନ୍‌ ଧଳା ପଥର ଜବତ

ସୁବର୍ଣ୍ଣପୁର : ବେଆଇନ୍‌ ପଥର ଖଣିରେ ଖଣି ବିଭାଗ ଚଢାଉ କରି ପ୍ରାୟ ୧୫ ଶହ ଟନ୍ ଧଳା ପଥର ଜବତ କରିଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣିରେ ଗତ ତିନି ଦିନ ହେଲା ମାଇନ୍ସ ବିଭାଗ ପକ୍ଷରୁ ବଡ ଧରଣର ଚଢାଉ ଜାରି ରହିଛି। ସୂଚନା ଅନୁଯାୟୀ ବୀର ମହାରାଜପୁର ଅଞ୍ଚଳର ତେଲିପାଲି , ଲୁଦୁମୁଣ୍ଡା, ଅମାତପାଲି , ବହଲପଦର, ଅମରପାଲି, ଭାଲୁଡୁଙ୍ଗୁରି ଭଳି ଅନେକ ସ୍ଥାନରୁ ବେଧଡକ ଭାବେ ଖଣିଜ ପଥର ଲୁଟ୍ ହେଉଥିବାର ଅଭିଯୋଗ ହେଉଥିଲା। ଖଣି ବିଭାଗ ପକ୍ଷରୁ କିଛି ସ୍ଥାନରେ ଚଢାଉ କରାଯାଇ ଫାଇନ୍ ଆଦାୟ କରାଯାଉଥିଲା ତଥାପି କିଛି ସୁଫଳ ମିଳୁନଥିଲା।

ତେଣୁ କୌଣସି ସୂତ୍ରରୁ ଖବର ପାଇ ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇ ତେଲିପାଲି ଅଞ୍ଚଳରୁ ପ୍ରାୟ ୯ ଶହ ଟନ, ବହଳପଦର ଅଞ୍ଚଳର ଖଣି ରୁ ପ୍ରାୟ ୧୬୦ ଟନ, ଲୁଦୁମୁଣ୍ଡା ଖଣି ରୁ ପ୍ରାୟ ୧୮୦ ଟନର ଧଳା ପଥର ଜବତ ହୋଇଛି। ଏହା ସହିତ ଆଗକୁ ମଧ୍ୟ ବିଭିନ୍ନ ବେଆଇନ ଖଣିରୁ ଉତ୍ତୋଳନ କରି ଗଚ୍ଛିତ କରି ରଖା ଯାଇଥିବା ଖଣିଜ ପଥର ଜବତ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରରୁ ସତନ୍ତ୍ର ପୁଲିସ୍‌ ଟିମଙ୍କ ସହିତ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଖଣି ବିଭାଗର ମିଳିତ ଭାବେ ଚଢାଉ କରାଯାଉଛି।

- Advertisement -

 

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories