www.samajalive.in
Wednesday, December 10, 2025
18.1 C
Bhubaneswar

କ୍ଷୀର ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ

ପିପିଲି : ପିପିଲି-ଜଟଣୀ ରାସ୍ତାର ଭାରତୀପୁର ଛକ ନିକଟରେ ସୋମବାର ରାତିରେ ଏକ କ୍ଷୀର ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏଥିରେ ଗାଡିର ଚାଳକଙ୍କ ସମେତ ଅନ୍ୟଜଣେ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି।
ଜଟଣୀ ଅଭିମୁଖେ କ୍ଷୀର ପ୍ୟାକେଟ୍‍ ନେଇ ଯାଉଥିବା ଏକ ମିନିଟ୍ରକ ସୋମବାର ବିଳମ୍ବିତ  ରାତିରେ ଭାରତୀପୁର ବଜାର ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।

- Advertisement -

ଫଳରେ ଗାଡିରେ ଥିବା କ୍ଷୀର ପ୍ୟାକେଟ୍‍ ଗୁଡିକ ରାସ୍ତା ଉପରେ ବିଛାଡି ହୋଇ ପଡ଼ିଥିଲା। ଏଥିରେ ଗାଡିର ଚାଳକ ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଗାଡି ସମ୍ମୁଖରେ ଯାଉଥିବା ଅନ୍ୟ ଏକ ବାଇକ୍‍ କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ପଡ଼ିଥିବା ବେଳେ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ବାଇକ୍‍ ଆରୋହୀଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଆମ୍ବୁଲାନ୍ସ ଯୋଗେ ପିପିଲି ମେଡିକାଲ୍‍କୁ ପଠାଇବା ସହ କ୍ଷୀର ଗାଡି ମଧ୍ୟରୁ ଚାଳକଙ୍କୁ ଉଦ୍ଧାର କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚିନଥିବା ସୂଚନା ମିଳିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories