ନୂଆଦିଲ୍ଲୀ: ଭାରତ ଓ ରୁଷ୍ ମଧ୍ୟରେ ୧୫୦୦କୋଟି ଟଙ୍କାର ସାମରିକ ବୁଝାମଣା ସ୍ବାକ୍ଷର ହୋଇଛି। ବୁଝାମଣା ଅନୁଯାୟୀ ରୁଷଠାରୁ ଭାରତ ଆର-୨୭ କ୍ଷେପଣାସ୍ତ୍ର କ୍ରୟ କରିବ। ଆର-୨୭ ହେଉଛି ଆକାଶ ମାର୍ଗରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର। ରୁଷ୍ ଠାରୁ ଏହି କ୍ଷେପଣାସ୍ତ୍ର ଆଣି ଭାରତ ଏହାର ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇ ଲଢୁଆ ଯୁଦ୍ଧ ବିମାନରେ ଲଗାଇବ। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ଦ୍ଧିତ ରେଞ୍ଜର ଏହି କ୍ଷେପଣାସ୍ତ୍ର ବହୁ ଦୂରରେ ରହିଥିବା ଶତ୍ରୁ ପକ୍ଷର ଯୁଦ୍ଧ ବିମାନକୁ ନିଶାଣ କରିପାରିବ। ୧୦-ଆଇ ପ୍ରକଳ୍ପ ଅଧୀନରେ ଏହି କ୍ଷେପଣାସ୍ତ୍ର ଅଧିଗ୍ରହଣ କରାଯିବ। ଆର-୨୭ ମଧ୍ୟମ ଠାରୁ ଦୂରଗାମୀ କ୍ଷେପଣାସ୍ତ୍ର। ମିଗ୍ ଓ ସୁଖୋଇ ସିରିଜର ଯୁଦ୍ଧବିମାନ ପାଇଁ ରୁଷ୍ ଏହି କ୍ଷେପଣାସ୍ତ୍ର ତିଆରି କରିଛି। ଗତ ୫୦ଦିନ ମଧ୍ୟରେ ଭାରତୀୟ ବାୟୁସେନା ୭୬୦୦କୋଟି ଟଙ୍କାର କ୍ଷୁଦ୍ଧାସ୍ତ୍ର କ୍ରୟ ଲାଗି ବୁଝାମଣା କରିଛି। ଜରୁରୀକାଳୀନ ଅଧିଗ୍ରହଣ ଆଧାରରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି।
ସୁଖୋଇରେ ଲାଗିବ ଆକାଶରୁ ଆକାଶ ନିକ୍ଷେପ କ୍ଷେପଣାସ୍ତ୍ର: ଭାରତ-ରୁଷ୍ ୧୫୦୦କୋଟିର ବୁଝାମଣା ସ୍ବାକ୍ଷର
Popular Categories



