ତ୍ରିପୁରା: ତ୍ରିପୁରାର ଧଲାଇ ଜିଲାରେ ଆତଙ୍କି ଆକ୍ରମଣରେ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଦୁଇଜଣ ଯବାନଙ୍କର ପ୍ରାଣ ହାନି ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ସବ୍ଇନ୍ସପେକ୍ଟର ଥିବା ଜଣାଯାଇଛି। ବେଆଇନ ଘୋଷିତ ଏନଏଲଏଫଟି ଆତଙ୍କିମାନେ ଏଭଳି ବର୍ବର କାଣ୍ଡ ଘଟାଇଥିବା ଜଣାଯାଇଛି। ଏଥିସହିତ ଆତଙ୍କିମାନେ ନିହତ ବିଏସଏଫ ଯବାନଙ୍କର ଅସ୍ତ୍ରଶସ୍ତ୍ର ନେଇ ପଳାଇଯାଇଥିବା ବିଏସଏଫ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ ଆତଙ୍କିଙ୍କୁ ଖୋଜିବା ଅଭିଯାନ ଜୋରଦାର କରାଯାଇଛି।
Popular Categories



