www.samajalive.in
Monday, December 8, 2025
27.1 C
Bhubaneswar

ରାଇକିଆ ବ୍ଲକରେ ନୂତନ ବିଡ଼ିଓଙ୍କ ଦାୟିତ୍ବ ଗ୍ରହଣ

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ସୁଶ୍ରୀ ସ୍ମରଣିକା ଟୁଲୋ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଭାବେ ଅବସ୍ଥାପିତ ଥିବା ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ଠାରୁ ଦାୟିତ୍ବ ଗ୍ରହଣ କରଥିବା ଜଣାପଡିଛିି। ରାଇକିଆ ବ୍ଳକ ଆରମ୍ଭ ହେବାଠୁ ସୁଶ୍ରୀ ଟୁଲୁ ହେଉଛନ୍ତି ପ୍ରଥମ ମହିଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ।।ବିବରଣୀରୁ ପ୍ରକାଶ, ୨୦୨୦ ମସିହାରେ ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ଦଶମ ସ୍ଥାନ ହାସଲ କରି ଟ୍ରେନିଂ ସମାପ୍ତ ପରେ ରାଇକିଆ ବ୍ଲକରେ ତାଙ୍କର ପ୍ରଥମ କାର୍ଯ୍ୟସ୍ଥଳ ବୋଲି ସୂଚନା ମିଳିଛି । ପୂର୍ବରୁ ଏଠାରେ ଅବସ୍ଥାପିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆଙ୍କୁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି ହୋଇଥିବା ଜଣାପଡିଛି। ରାଇକିଆ ପଞ୍ଚାୟତ ସମିତି ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନା କରିବା ସହ ଅସମ୍ପୁର୍ଣ୍ଣ ଥିବା ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରି ଅଞ୍ଚଳବାସୀଙ୍କ ସହ ସୁସମ୍ପର୍କ ରକ୍ଷା କରି ସେମାନଙ୍କ ବିକାଶ ଉପରେ ବିଶେଷ ଗୁରୁତ୍ବ ଦେବି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ଟୁଲୁ ପ୍ରକାଶ କରିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories