ଭାରତକୁ ଆମେରିକାର ଭୁରି ଭୁରି ପ୍ରଶଂସା – ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ କହିଲେ ଏହି କଥା

ନୂଆଦିଲ୍ଲୀ – ଚୀନ୍‌କୁ ସୀମରେ ପ୍ରତିହତ କରିବା ସହ ନିଜ ସୀମାର ସୁରକ୍ଷା ପାଇଁ ଭାରତ ଦୃଢ ପ୍ରତିବଦ୍ଧ ଥିବା  ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ (Former US state secy) ମାଇକ୍‌ ପମ୍ପିଓ କହିଛନ୍ତି । ଏହା ସହ ସେ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଚୀନ୍‌ର ବିସ୍ତାରବାଦୀ ନୀତିକୁ ଭାରତ ଦୃଢ ଭାବେ ପ୍ରତିବାଦ କରିବା ସହ ଏହାର ସୀମାର ସୁରକ୍ଷା କରିଥିବା କଥା ସେ କହିଛନ୍ତି ।

prayash

ଭାରତ ଏବଂ ଚୀନ୍‌ ସେନାଙ୍କ ମଧ୍ୟରେ ଗତ କିଛି ବର୍ଷହେଲା ମୁହାଁ ମୁହିଁ ପରିସ୍ଥିତି ଦେଖା ଦେଇଥିଲା । ଦୁଇ ସେନାଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅନେକ ମୃତାହତ ହୋଇଥିଲେ । ମାତ୍ର ଚୀନ୍‌ ଅନ୍ୟ ଦେଶର ସୀମା ମଧ୍ୟରୁ ପ୍ରବେଶ କରିବା ସହ ସୀମାରେ ବିଭିନ୍ନ ସମୟରେ ଅଶାନ୍ତି ସୃଷ୍ଚି କରୁଥିଲା । ୨୦୨୦ରେ ଭାରତ ଯେପରି ଭାବେ ଚୀନ୍‌କୁ ପ୍ରତିହତ କରିଛି ତାହା ବେଶ୍‌ ପ୍ରଶଂସନୀୟ ବୋଲି ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି ।

ଏଥିପାଇଁ ଭାରତ ଆବଶ୍ୟକ କରୁଥିବା ସହାୟତା ଆମେରିକା ଯୋଗାଇ ଦେଇଥିଲା ବୋଲି ସେ କହିଛନ୍ତି । ଇଣ୍ଡିଆ ଇକୋନମିକ୍‌ କନକ୍ଲେଭ୍‌ ୨୦୨୩ରେଯୋଗ ଦେବା ଆବସରରେ ସେ ଏହି କଥା କହିଛନ୍ତି ।

Comments are closed.