www.samajalive.in
Monday, December 8, 2025
24.1 C
Bhubaneswar

ଗୃହ ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ଇଂଜିନିୟରିଂ ହ୍ୟାକିଂ ନେଇ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ସରକାରୀ ଅଧିକାରୀଙ୍କୁ ସୋସିଆଲ ଇଂଜିନିୟରିଂ ସାଇବର ଆକ୍ରମଣକୁ ନେଇ ସତର୍କ କରିଛି ଓ କ’ଣ କରିବ ଓ କ’ଣ ନକରିବ ତାହା ବିସ୍ତୃତ ଭାବେ କହିଛି।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦେଶରେ କୁହାଯାଇଛି ଯେ ସରକାରୀ ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ସୋସିଆଲ ଇଂଜିନିୟରିଂ ଆକ୍ରମଣର ଶିକାର କରାଯାଇପାରେ। ଏଥିପାଇଁ ସରକାରୀ ଅଧିକାରୀଙ୍କୁ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ ବୋଲି କୁହାଯାଇଛି। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ସରକାରୀ ଅଧିକାରୀଙ୍କୁ କୁହାଯାଇଛି ଯେ ଅଜଣା ଫୋନ କଲ, ଇମେଲ ଏବଂ ମେସେଜଠାରୁ ଦୂରରେ ରୁହନ୍ତୁ। ଯାଞ୍ଚନକରି ଇମେଲ, ମେସେଜ ଓ କୌଣସି ଲିଙ୍କରେ କ୍ଲିକ୍‍ ନକରିବାକୁ କୁହାଯାଇଛି। ମନ୍ତ୍ରାଳୟ ଏଥିପାଇଁ କ’ଣ କରିବେ ଓ କ’ଣ ନକରିବେ, ତାର ଏକ ତାଲିକା ଜାରି କରିଛି। ହ୍ୟାକରମାନେ ଇମେଲ ଏବଂ ଟେଷ୍ଟ ମେସେଜ ପଠାଇ ସମସ୍ତ ସରକାରୀ ତଥ୍ୟ ଚୋରାଇ ନେଇପାରିବେ। ହ୍ୟାକର କୌଣସି ବ୍ୟାଙ୍କ ନାମ ଏବଂ କେହି ପରିଚିତ ବ୍ୟକ୍ତିଙ୍କ ନାମରେ ସନ୍ଦିଗ୍ଧ ଲିଙ୍କ ମେସେଜ ପଠାଇ ନିଜ କାମ ହାସଲ କରିପାରନ୍ତି। ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories