www.samajalive.in
Monday, December 8, 2025
13.1 C
Bhubaneswar

ମେକ୍ସିକୋରେ ବଡ଼ ଧରଣର ଗୁଳିକାଣ୍ଡ; ୧୮ ମୃତ

ଓ୍ୱାସିଂଟନ୍‌: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତଙ୍କ ଗୁଳିରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, କିଛି ଲୋକ ଆହତ ହୋଇଛନ୍ତି । ୩ଜଣ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାରେ ମେକ୍ସିକୋ ସିଟିର ମେୟର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି ।

ଅଧିକାରୀ ଜଣକ କହିଛନ୍ତି, ସଂଗଠିତ ଅପରାଧ ସହ ଜଡିତ ବନ୍ଧୁକଧାରୀମାନେ ଦକ୍ଷିଣ ପଶ୍ଚିମ ମେକ୍ସିକୋର ସେନ ମିଗୁଏଲ୍ ଟୋଟୋଲାପାନରେ ସିଟି ହଲ୍ ଏବଂ ନିକଟସ୍ଥ ଘରେ ଗୁଳି ଚଳାଇଛନ୍ତି । ଏହି ଗୁଳିକାଣ୍ଡରେ ଅତିକମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ତିନିଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସିଟି ହଲର କାନ୍ଥରେ ଶହ ଶହ ଗୁଳି ଦୃଶ୍ୟମାନ ହେଉଛି | ତାହା ସହ ହଲର ଝରକା କାଚ ମଧ୍ୟ ଭାଙ୍ଗିଯାଇଛି ।

- Advertisement -

ଗୁଳିକାଣ୍ଡର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ସେୟାର ହୋଇଥିବା ଭିଡିଓରେ ଅତି କମରେ ଦଶ ଜଣଙ୍କ ମୃତଦେହ ପରସ୍ପର ନିକଟରେ ପଡ଼ିଥିବା ଦେଖିବାକୁ ମିଳୁଛି । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଗୁଡ଼ିକ ପଡ଼ିଥିବା ନଜର ଆସିଛି ଏଥିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ମେୟର କନରାଡୋ ମେଣ୍ଡୋଜା, ତାଙ୍କ ବାପା ତଥା ପୂର୍ବତନ ମେୟର ଜୁଆନ ମେଣ୍ଡୋଜା ଏବଂ ଅନ୍ୟାନ୍ୟ ପୁଲିସ ଅଧିକାରୀ ରହିଥିବା ଜଣାପଡ଼ିଛି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories