BJD Bijuli 480×75 Mob

ଏବେ ଭୁବନେଶ୍ୱରରେ ମର୍ସିଡିଜ୍‌-ବେଞ୍ଜ୍‌ର ବହୁପ୍ରତିକ୍ଷୀତ ଏସ୍‌ୟୁଭି ଜିଏଲ୍‌ସିର ୨ୟପୀଢି ଉପଲବ୍ଧ – ରହିଛି ଏହି ସବୁ ବିଶେଷତ୍ୱ

BJD Bijuli 480×75 Mob

ଭୁବନେଶ୍ୱର : ଅନ୍ତରାଷ୍ଟ୍ରୀୟ ଲକ୍‌ଜରୀ କାର୍ ନିର୍ମାତା ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ମିଡ୍‌-ସାଇଜ୍ ଲକ୍‌ଜରୀ ଏସ୍‌ୟୁଭି, ନୂଆ ଜିଏଲ୍‌ସିର ୨ୟ ପୀଢିର ଉନ୍ମୋଚନ କରାଯାଇଛି ।ଏହି ନୂଆ ଜିଏଲ୍‌ସି ହେଉଛି ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା ଲକ୍‌ଜରୀ ଏସ୍‌ୟୁଭି । ବଜାର ପ୍ରବେଶ ପରଠାରୁ ଭାରତରେ ଏହାର ୧୩୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି ।

ମର୍ସିଡିଜ୍‌-ବେଞ୍ଜ୍ ଇଣ୍ଡିଆର ଏହି ପ୍ରକରଣରେ ଜିଏଲ୍‌ଏ, ଜିଏଲ୍‌ସି, ଜିଏଲ୍‌ଇ, ଜିଏଲ୍‌ଏସ୍‌, ଜିଏଲ୍‌ଏସ୍ ମେବ୍ୟାକ୍ ଓ ଜି-କ୍ଲାସ୍ ମଡେଲ ଉପଲବ୍ଧ ରହିଛି । ଏଥିରେ ଅତ୍ୟାଧୁନିକ ଫିଚର୍‌ ରହିଛି । ଉନ୍ନତଧରଣ ଇଂଜିନ ସହ ନୂତନ ପିଢିର ଏନ୍‌ଟିଜି-୭ ଟେଲିମ୍ୟାଟିକ୍ସ ଓ ସୁପେରିୟର ଡ୍ରାଇଭିଂ ଡାଇନାମିକ୍ସ ସହ ଏହି ଏସ୍‌ୟୁଭି ଉପଲବ୍ଧ । ଭୁବନେଶ୍ୱରରେ ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସନ୍ତୋଷ ଆୟର୍ ଏବଂ ଟିଆଣ୍ଡଟି ମୋଟର୍ସର ଅଧ୍ୟକ୍ଷ ବିଦୁର ତଲ୍‌ୱାର ଏହାକୁ ଉନ୍ମୋଚନ କରିଥିଲେ ।

ରାଜ୍ୟରେ ଲକ୍‌ଜରି କାର୍‌ର ଚାହିଦା ବୃଦ୍ଧି ପାଇଥିବା କଥା ମର୍ସିଡିଜ୍‌-ବେଞ୍ଜ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସନ୍ତୋଷ ଆୟର କହିଛନ୍ତି । ସାରା ଭାରତ ତୁଳନାରେ ଓଡ଼ିଶାରେ ମର୍ସିଡିଜ୍‌-ବେଞ୍ଜ୍ ଇଣ୍ଡିଆର ଲକଜରୀ କାର୍‌ ବିକ୍ରି ପ୍ରତିଶତ ଅଧିକ । ଓଡିଶା ଲକଜରୀ କାର୍‌ ବିକ୍ରି ପାଇଁ ଏକ ଉଦୟମାନ ବଜାର ବୋଲି ସେ କହିଛନ୍ତି ।

ଏହି ଲକ୍‌ଜରୀ ଏସ୍‌ୟୁଭି ୨ଟି ପାୱାରଟ୍ରେନ୍ ଜିଏଲ୍‌ସି ୩୦୦ ୪ମ୍ୟାଟିକ୍ (ପେଟ୍ରୋଲ) ଓ ଡିଜେଲ୍ ଜିଏଲ୍‌ସି ୨୨୦ଡି ୪ମ୍ୟାଟିକ୍ (ଡିଜେଲ୍‌) ଭାରିଆଣ୍ଟରେ ଉପଲବ୍ଧ । ଜିଏଲ୍‌ସି ୩୦୦ର ମୂଲ୍ୟ ୭୩.୫ ଲକ୍ଷ ଟଙ୍କା ଏବଂ ଜିଏଲ୍‌ସି ୨୨୦ଡିର ମୂଲ୍ୟ ୭୪.୫ ଲକ୍ଷ ଟଙ୍କା (ସର୍ବଭାରତୀୟ ସ୍ତରରେ ଏକ୍ସ-ଶୋରୁମ୍ ମୂଲ୍ୟ) ରହିଛି । ସାରା ଦେଶରେ ୧୫୦୦ରୁ ଅଧିକ ନୂଆ ଜିଏଲ୍‌ସି ବୁକିଙ୍ଗ୍ କରାଯାଇଛି । ଏହି ଜିଏଲ୍‌ସିରେ ଏକ ସେକେଣ୍ଡ-ଜେନେରେଶନ ଇଂଟିଗ୍ରେଟେଡ୍ ଷ୍ଟାର୍ଟର୍ ଜେନେରେଟର (ଆଇଏସ୍‌ଜି) ଓ ୪୮-ଭୋଲ୍ଟ ମାଇଲ୍ଡ ହାଇବ୍ରିଡ୍ ସିଷ୍ଟମ ସହିତ ଏକ ଶକ୍ତିଶାଳୀ ଟର୍ବୋଚାର୍ଜଡ୍ ୪-ସିଲିଣ୍ଡର ଇଞ୍ଜିନ୍ ରହିଛି । ପ୍ରଥମ ମର୍ସିଡିଜ୍‌-ବେଞ୍ଜ ଏସ୍‌ୟୁଭି ଭାବେ ଏଥିରେ ନୂତନ ପୀଢିର ଏମ୍‌ବିୟୁଏକ୍ସ (ମର୍ସିଡିଜ୍‌-ବେଞ୍ଜ୍ ୟୁଜର ଏକ୍ସପେରିଏନ୍ସ) ଇନ୍‌ଫୋଟେନ୍‌ମେଂଟ୍ ସିଷ୍ଟମ ରହିଛି ।

ନୂଆ ଜିଏଲ୍‌ସିର ଏକ୍ସଟେରିୟର ଡିଜାଇନ୍ ସ୍ୱତନ୍ତ୍ର । ନୂଆ ଜିଏଲ୍‌ସିରେ ୧୯ ଇଂଚ୍‌ର ଲାଇଟ୍‌-ଆଲୟ ହ୍ୱିଲ୍ ରହିଛି , ୭୦ ଲିଟର୍‌ର ଅତିରିକ୍ତ ବୁଟ୍ ସ୍ପେସ, ସ୍ପୋର୍ଟିଂ ଇଂଟେରିୟର, ଫ୍ଲୋଟିଂ ୧୨.୩ ଇଂଚ୍ ଡିଜିଟାଲ ଇନ୍‌ଷ୍ଟ୍ରୁମେଂଟାଲ ପ୍ୟାନେଲ ସହିତ ୧୧.୯ ଇଂଚ୍ ସେଂଟ୍ରାଲ ଡିସ୍‌ପ୍ଲେ ରହିଛି । ପ୍ରଥମ ମର୍ସିଡିଜ୍‌-ବେଞ୍ଜ୍ ଏସ୍‌ୟୁଭି ଭାବେ ଏଥିରେ ନୂତନ ପୀଢିର ଏମ୍‌ବିୟୁଏକ୍ସ (ମର୍ସିଡିଜ୍‌-ବେଞ୍ଜ୍ ୟୁଜର ଏକ୍ସପେରିଏନ୍ସ) ଇନ୍‌ଫୋଟେନ୍‌ମେଂଟ୍ ସିଷ୍ଟମ ରହିଛି । ଉନ୍ନତ ମନୋରଞ୍ଜନ ଫିଚରଗୁଡିକ ସହିତ ଦ ଡ୍ରାଇଭର ଓ ସେଂଟ୍ରାଲ ଡିସ୍‌ପ୍ଲେ ସହ ଏହା ଉପଲବ୍ଧ।

Comments are closed.