ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ବୈଠକରେ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦୀ। ଶୁକ୍ରବାର ସମ୍ବିଧାନ ଭବନରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା। ଯେଉଁଥିରେ ନରେନ୍ଦ୍ର ମୋଦୀ ଏନଡିଏ ମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପି ସାଂସଦ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ। ଯାହାକି ସର୍ବସମ୍ମତି କ୍ରମେ ପାସ୍ ହୋଇଥିଲା। ଆଜିର ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ସମସ୍ତ ଦଳର ନେତା ମଧ୍ୟ ସାମିଲ ହୋଇଥିଲେ। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।
तालियों की गड़गड़ाहट और मोदी मोदी के नारों से गूंज उठा संविधान सदन का केंद्रीय कक्ष; पीएम @narendramodi ने दोनों हाथ जोड़कर सभी सांसदों का अभिवादन स्वीकार किया #NDA @narendramodi #samvidhansadan #NDAMeeting #NDA_सरकार_है_तैयार pic.twitter.com/AevfBPAF7B
— डीडी न्यूज़ (@DDNewsHindi) June 7, 2024



