ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜର ଜଣେ ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ପୁରୁଷୋତ୍ତମପୁରର ସୁଭାନୀ ପଟ୍ଟନାୟକ। ସେ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗର ଛାତ୍ରୀ। ସୁଭାନୀ ହଷ୍ଟେଲରେ ରହୁଥିଲେ। ଆଜି ସକାଳେ ତାଙ୍କର ସାଙ୍ଗମାନେ ଡାକ୍ତରଖାନା ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା। ସନ୍ଦେହ ହେବାରୁ ତୁରନ୍ତ ରୁମ୍ ଖୋଲାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



